ଭୁବନେଶ୍ୱର ୨୮/୧୧: ଆରମ୍ଭ ହୋଇଛି ସୁଭଦ୍ରା ଯୋଜନା ଭେରିଫିକେସନ। ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ୱ ଦେଉଛି ବିଭାଗ। ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ ହୋଇଛି। ମାଲକାନଗିରିରେ ବୁଧବାର ଠାରୁ ଭେରିଫିକେସନ ଆରମ୍ଭ ହୋଇଛି। ୧୫ ଦିନ ଭିତରେ ସବୁ ଯାଞ୍ଚ ସରିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏବେ ଯେଉଁ ଜିଲ୍ଲାରେ କମ୍ ରେଜିଷ୍ଟ୍ରେସନ ହୋଇଛି କିନ୍ତୁ ବେଶୀ ରିଜେକ୍ସନ ହୋଇଛି ସେହି ସବୁ ସ୍ଥାନକୁ ଅଧିକ ଫୋକସ୍ କରାଯାଉଛି। ଏବେ ମାଲକାନଗିରିରେ ଦୁଇଟି ବ୍ଲକର ଦୁଇଟି ପଞ୍ଚାୟତରେ ରିଜେକ୍ସନ ରିପୋର୍ଟ ଆସିଥିଲା। ସେଠାରେ ବୁଧବାର ଠାରୁ ଟିମ୍ ପହଞ୍ଚିଛନ୍ତି। CDPOଙ୍କ ଦାୟିତ୍ଵରେ ଭେରିଫିକେସନ ଚାଲିଛି। ୧୫ ଦିନ ଭିତରେ ଯାଞ୍ଚ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ସମସ୍ତେ ଶୁଭଦ୍ରା ଟଙ୍କା ପାଇବେ।
ମାଲକାନଗିରି, କୋରାପୁଟ, ଗଜପତି ଜିଲ୍ଲା ଗୁଡିକରେ ରିଜେକ୍ସନ ଅଧିକ ରହିଛି ଏଣୁ ସେଗୁଡିକ ଭେରିଫିକେସନ ହେଉଛି। ଯେଉଁମାନେ ପ୍ରଥମେ ଆବେଦନ କରିଥିଲେ, ସେମାନଙ୍କର ସର୍ଭର ଡାଉନ ପାଇଁ ଅଟକିଥିଲା। ହୁଏତ ଦ୍ୱିତୀୟ ଥର ଆବେଦନ କରି ନାହାଁନ୍ତି। ତେଣୁ ରିଜେକ୍ସନ ଅଧିକ ହୋଇଛି। ପ୍ରତି ଜିଲ୍ଲାରେ ୫ ହଜାର ଲେଖାଏଁ ହେଲେ ଟାର୍ଗେଟ ହୋଇଯିବ। ଏପର୍ଯ୍ୟନ୍ତ କୋଟିଏ ୬ ଲକ୍ଷ ଆବେଦନ ହୋଇଛି । ୨୨ ପ୍ରତିଶତ ଭେରିଫିକେସନ ହୋଇଛି, ବାକି ଜାରି ରହିଛି। ଯେଉଁମାନଙ୍କୁ ୨୧ ପୁରିଲା ସେମାନେ ବି ଆବେଦନ କଲେ ପାଇବେ।