ସୁଭଦ୍ରା ଯୋଜନା ଫର୍ମ ଘରକୁ ଘର ବାଣ୍ଟିଲେ ଅଙ୍ଗନୱାଡ଼ି କର୍ମୀ

Published By : Prameya-News7 Bureau | September 01, 2024 IST

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ସୁଭଦ୍ରା ଯୋଜନା ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଜିଲ୍ଲାର ସମସ୍ତ ପଞ୍ଚାୟତ ସମେତ ସହରର ସମସ୍ତ ୱାର୍ଡରେ ଅଙ୍ଗନୱାଡ଼ି କର୍ମୀ ମାନେ ଏହି ଫର୍ମ କୁ ଘରକୁ ଘର ବଣ୍ଟନ କରୁଛନ୍ତି। ଫର୍ମ ବଣ୍ଟନ କରିବା ସଙ୍ଗେ ସଙ୍ଗେ ହିତାଧିକାରୀ ମାନେ କିଭଳି ଭାବେ ଏହି ଫର୍ମ ପୂରଣ କରିବେ ଏବଂ କିଭଳି ଭାବେ କେଉଁ କେଉଁ କାଗଜପତ୍ର ନେଇ ମୋ ସେବା କେନ୍ଦ୍ରରେ କିମ୍ବା ଜନସେବା କେନ୍ଦ୍ର ରେ ଆବେଦନ କରିବେ ସେ ନେଇ ହିତାଧିକାରୀ ଙ୍କୁ କର୍ମଚାରୀ ମାନେ ବୁଝାଉଛନ୍ତି। 

ଗତକାଲି ସୁଭଦ୍ରା ଯୋଜନା କିଭଳି ସମସ୍ତ ହିତାଧିକାରୀଙ୍କ ନିକଟରୁ ସୁରୁଖୁରୁରେ ପହଞ୍ଚିବ ସେ ନେଇ ଆଶା ଦିଦି ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଏ ନେଇ ତାଲିମ ଦିଆଯାଇଥିଲା । ଜିଲ୍ଲାର ତିନୋଟି ବ୍ଲକ ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକ କାର୍ଯ୍ୟଳୟରେ ତହସିଲଦାର ଆଶା ଦିଦି ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ଏହି ଯୋଜନା ସମ୍ପର୍କରେ ସବିଶେଷ ସୂଚନା ଦେବା ସହିତ ସମସ୍ତ ହିତାଧିକାରୀଙ୍କ ନିକଟକୁ କିଭଳି ଭାବେ ଏହି ଯୋଜନା ପହଞ୍ଚି ପାରିବ ଏବଂ ସମସ୍ତ ହିତାଧିକାରୀ ଏହାର କିଭଳି ଭାବେ ଲାଭ ଉଠାଇ ପାରିବେ ସେ ନେଇ ଉପସ୍ଥିତ ଆଶା ଓ ଅଙ୍ଗନୱାଡ଼ି କର୍ମୀ ଙ୍କୁ ସୂଚନା ଦିଆଯାଇଥିଲା । 

ଏଥି ସହିତ ସମସ୍ତ କର୍ମଚାରୀଙ୍କୁ ସୁଭଦ୍ରା ଫର୍ମ ବଣ୍ଟନ କରାଯିବା ସହିତ ଫର୍ମ ପୂରଣ କରିବା ନେଇ ତାଲିମ ଦିଆଯାଇଥିଲା । ତାଲିମ ନେବା ପରେ ଆଜି ଜିଲ୍ଲାରେ ଫର୍ମ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଅଙ୍ଗନୱାଡ଼ି କର୍ମୀ ଘରକୁ ଘର ବୁଲି ଫର୍ମ ବଣ୍ଟନ କରୁଛନ୍ତି । ବୌଦ୍ଧ ସହରର ୩ ନଂ ୱାର୍ଡରେ ଅଙ୍ଗନୱାଡ଼ି ଦିଦି ଘରକୁ ଘର ବୁଲି ଫର୍ମ ବଣ୍ଟନ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.