ଭୁବନେଶ୍ବର ୩୦।୧୦: ଖୁବ୍ଶୀଘ୍ର ସୁଭଦ୍ରା ତୃତୀୟ ପର୍ଯ୍ୟାୟ କିସ୍ତି ଘୋଷଣା ହେବ । ତୃତୀୟ ପର୍ଯ୍ୟାୟରେ ବାଦ୍ ପଡ଼ିଥିବା ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସୁଭଦ୍ରା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି । ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଯେଉଁ ଅଙ୍ଗନବାଡି କର୍ମୀ ମାନେ ସାମିଲ ହୋଇପାରି ନାହାନ୍ତି, ଦ୍ଵନ୍ଦ୍ବରେ ଅଛନ୍ତି ସେମାନେ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପାଇବେ ।
୨ ଲକ୍ଷ ୬୭ ହଜାର ଖାରଜ ହୋଇଥିବା ଆବେଦନ ଆଉ ଥରେ ରିଚେକ୍ ହେବ । ଏଥିପାଇଁ କ୍ୟାବିନେଟ୍ ଅନୁମତି ମିଳିଛି । କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡିବେନି । ବାର୍ ବାର୍ ଚେକ୍ ହେବ । ରୂପରେଖ ଫାଇନାଲ ହେବ । ୧ ତାରିଖ ଦିନ ନୋଡାଲ ଏଜେନ୍ସି ନିଯୁକ୍ତ ହେବ । କେହି ବି ବଞ୍ଚିତ ହେବେ ନାହିଁ ।
You Can Read: