Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପହିରେ ଫାଟ

12/05/2018 at 2:20 PM

ପୁରୀ ଶ୍ରୀନହର ସମ୍ମୁଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ଚାଲିଛି। ଆଜି କାମ ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଚକ ପହିରେ ଫାଟ ଦେଖାଯାଇଥିଲା। ଏହି ପହି ଖରାପ ମାନର ଥିବାରୁ ବ୍ୟବହାର ଅନୁପଯୋଗୀ ଥିଲା। ବିଶ୍ୱକର୍ମା ମହାରଣା ଏହା ଦେଖି ପରିବର୍ତ୍ତନ ପାଇଁ ଜଣାଇଥିଲେ। ପରେ ରଥନିର୍ମାଣ କମିଟି ଉପସ୍ଥିତିରେ ପହି ପରିବର୍ତ୍ତନ କରାଯାଇଛି। ଗତ ୫ ତାରିଖରେ ରଥନିର୍ମାଣ କମିଟିର ଯାଞ୍ଚ ବେଳେ ଦର୍ପଦଳନ ରଥର ପହି ଫାଟିବା ସହ ତାଳଧ୍ୱଜ ରଥର ଅଖକାଠ ଏବଂ ନନ୍ଦିଘୋଷ ରଥର ଅଖ କାiଠ ପୋଲାଥିବା ଜଣାପଡ଼ିବାରୁ ପରିବର୍ତ୍ତନ କରାଯାଇଥିଲା। ତିନିରଥର ଚକ ନିର୍ମାଣ କରାଯାଇଛି। ଖରାରୁ ରକ୍ଷା ପାଇଁ ଛାଞ୍ଚ ଘୋଡ଼ାଇ ରଖାଯାଇଛି। ରଥଖଳାକୁ ଯୋଗାଯାଇଥିବା କିଛି Wପହି ଖରାପ ଥିବା ଓ ଖରା ଯୋଗୁଁ ଏହା ଫାଟୁଥିବା ଭୋଇ ସେବକ ଓ ମହାରଣା କହିଛନ୍ତି।

Leave a Reply

   Related Posts