scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜାଣନ୍ତୁ ମକର ସଂକ୍ରାନ୍ତିର ଶୁଭ ମୁହୂର୍ତ୍ତ : ସଂକ୍ରାନ୍ତିରେ ଖେଚୁଡ଼ି ଖାଇବାର ମହତ୍ୱ

13/01/2019 at 3:28 PM

ଭୁବନେଶ୍ୱର ୧୩/୧ : ମକର ସଂକ୍ରାନ୍ତି ଏଥର ଦୁଇ ଦିନ ରହିଛି | ମକର ସଂକ୍ରାନ୍ତିରେ ଏଥର ସ୍ୱତନ୍ତ୍ର ସଂଯୋଗ ଦେଖାଦେଉଛି | ମକର ସଂକ୍ରାନ୍ତିରେ ସର୍ବାର୍ଥସିଦ୍ଧି ଯୋଗ ହେବାକୁ ଅଛି | ସୂର୍ଯ୍ୟ ମକର ସଂକ୍ରାନ୍ତି ଅର୍ଥାତ ୧୪ ତାରିଖ ରାତି ୮ଟାରେ ମକର ରାଶିରେ ପ୍ରବେଶ କରିବେ | ୧୫ ତାରିଖ, ମଙ୍ଗଳବାର ଦିନ ୧୨ଟା ଯାଏଁ ସଂକ୍ରାନ୍ତି ତିଥି ରହିବ |

ସେଥିପାଇଁ ୧୫ ତାରିଖ ଦିନ ୧୨ଟା ପୂର୍ବରୁ ସ୍ନାନ ଏବଂ ଦାନ ପାଇଁ ଶୁଭ ମୁହୂର୍ତ୍ତ ରହିଛି | ମକର ସଂକ୍ରାନ୍ତି ଅବସରରେ ସ୍ନାନ ଏବଂ ଦାନର ବିଶେଷ ଯୋଗ ରହିଛି |

ମକର ସଂକ୍ରାନ୍ତି ପାଇଁ ପୁଣ୍ୟକାଳ ମୁହୂର୍ତ୍ତ :

ପୁଣ୍ୟକାଳ – ୭ଟା ୧୯ ରୁ ୧୨ଟା ୩୦ ମଧ୍ୟରେ ପୁଣ୍ୟକାଳ ରହିଛି |

ପୁଣ୍ୟକାଳର ସମୟସୀମା – ପୁଣ୍ୟକାଳର ସମୟ ଅବଧି ୫ ଘଣ୍ଟା ୧୧ ମିନିଟ ରହିଛି |

ସଂକ୍ରାନ୍ତି ଆରମ୍ଭ – ୧୪ ତାରିଖ, ସୋମବାର ରାତି ୮ଟା ୫ ମିନିଟରୁ |

ସଂକ୍ରାନ୍ତିର ମହାପୁଣ୍ୟକାଳ ଶୁଭ ମୁହୂର୍ତ୍ତ – ୭ଟା ୧୯ ମିନିଟ ରୁ ୯ଟା ୨ ମିନିଟ ପର୍ଯ୍ୟନ୍ତ ମହାପୁଣ୍ୟକାଳ ଶୁଭ ମୁହୂର୍ତ୍ତ ରହିଛି |

ମହାପୁଣ୍ୟକାଳର ଅବଧି – ମହାପୁଣ୍ୟକାଳର ଅବଧି ଘଂଟାଏ ୪୩ ମିନିଟ ରହିଛି |

ମକର ସଂକ୍ରାନ୍ତିରେ ଖେଚୁଡ଼ି ତିଆରି କରିବା, ଖାଇବା ଏବଂ ଦାନ କରିବାର ପରମ୍ପରା ରହିଛି | ଏହାକୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଇଥାଏ | ଚାଉଳକୁ ଚନ୍ଦ୍ରମାଙ୍କ ପ୍ରତୀକ ଭାବେ ବିଶ୍ୱାସ କରାଯାଏ | କଳା ବିରି ଶନି ଏବଂ ସବୁଜ ପରିବାକୁ ବୁଧଙ୍କ ପ୍ରତୀକ | ମକର ସଂକ୍ରାନ୍ତିରେ ଖେଚୁଡ଼ି ଖାଇଲେ କୁଣ୍ଡଳୀରେ ଗ୍ରହଙ୍କ ସ୍ଥିତି ଦୃଢ ହୋଇଥାଏ | ସେଥିପାଇଁ ମକର ସଂକ୍ରାନ୍ତିରେ ଚାଉଳ, କଳା ଡାଲି, ଲୁଣ, ହଳଦୀ, ମଟର ଏବଂ ସବୁଜ ପରିବା ପକାଇ ଖେଚୁଡ଼ି ପ୍ରସ୍ତୁତ କରାଯାଇଥାଏ |

ଆସନ୍ତୁ ଜାଣିବା ଏହି ପରମ୍ପରା କେବେଠାରୁ ଆରମ୍ଭ ହୋଇଛି :

ମକର ସଂକ୍ରାନ୍ତିରେ ଖେଚୁଡ଼ି ତିଆରି କରିବା ପରମ୍ପରା ବାବା ଗୋରଖନାଥ ଆରମ୍ଭ କରିଥିଲେ | ଖିଲିଜିଙ୍କ ଆକ୍ରମଣ ବେଳେ ନାଥ ଯୋଗୀଙ୍କୁ ଖିଲିଜିଙ୍କ ସହ ଯୁଦ୍ଧ କାରଣରୁ ଖିଲିଜିଙ୍କୁ ଭୋଜନ ପ୍ରସ୍ତୁତ କରିବା ପାଇଁ ସମୟ ମିଳୁନଥିଲା | ଯେଉଁଥିପାଇଁ ଯୋଗୀମାନେ ଅଧିକାଂଶ ସମୟରେ ଭୋକିଲା ରହିଯାଉଥିଲେ | ଭୋକିଲା ଯୋଗୁଁ ଯୋଗୀ ଧୀରେ ଧୀରେ ଦୁର୍ବଳ ହୋଇପଡିଥିଲେ |

ଯୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖି ବାବା ଗୋରଖନାଥ ଡାଲି, ଚାଉଳ ଏବଂ ପନିପରିବାକୁ ଏକାସଙ୍ଗେ ପ୍ରସ୍ତୁତ କରିବା ପାଇଁ ନିର୍ଦେଶ ଦେଇଥିଲେ | ଏହି ଭୋଜନ ସ୍ୱାଦିଷ୍ଟ ହେବାସହ ସ୍ୱାସ୍ଥ୍ୟ ପାଇଁ ଉପାଦେୟ ମଧ୍ୟ ଥିଲା | ଖେଚୁଡ଼ି ଦ୍ୱାରା ଶରୀରକୁ ବଳ ମଧ୍ୟ ମିଳୁଥିଲା | ନାଥ ଯୋଗୀଙ୍କୁ ଏହି ଭୋଜନ ବହୁତ ଭଲ ଲାଗିଥିଲା | ଏହାପରେ ବାବା ଗୋରଖନାଥ ଏହି ବ୍ୟଞ୍ଜନର ନାଁ ରଖିଥିଲେ ଖେଚୁଡ଼ି |

ଅଳ୍ପ ସମୟରେ ପ୍ରସ୍ତୁତ ହେଉଯାଇଥିଲା ଖେଚେଡ଼ି ଦ୍ୱାରା ନାଥ ଯୋଗୀଙ୍କ ଭୋଜନ ସମସ୍ୟା ଦୂର ହୋଇଯାଇଥିଲା | ଏହାସହ ଖିଲିଜିଙ୍କ ଆତଙ୍କକୁ ଦୂର କରିବାରେ ମଧ୍ୟ ନାଥମାନେ ସଫଳ ହୋଇଥିଲେ | ଖିଲିଜିଙ୍କ ଠାରୁ ମୁକ୍ତି ପାଇବା ପରେ ଗୋରଖପୁରରେ ମକର ସଂକ୍ରାନ୍ତିକୁ ବିଜୟ ଦର୍ଶନ ପର୍ବ ଭାବେ ପାଳନ କରାଯାଏ | ଏହି ଦିନ ଗୋରେଖନାଥଙ୍କ ମନ୍ଦିର ପାଖରେ ଖେଚେଡ଼ି ଆରମ୍ଭ ହୋଇଥାଏ | ଏହି ମେଳା ଅନେକ ଦିନ ଚାଲିଥାଏ | ଏହି ମେଳାରେ ବାବା ଗୋରେଖନାଥଙ୍କ ପାଖରେ ଖେଚେଡ଼ି ଭୋଗ କରାଯାଇଥାଏ | ଏହି ଭୋଗକୁ ପ୍ରସାଦ ଭାବେ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ |

   Related Posts