ଧାନ କିଣାରେ ଅନିୟମିତତା ଅଭିଯୋଗ; ରାଇସ୍ ମିଲ୍ରେ ଉପଜିଲ୍ଲାପାଳଙ୍କ ଚଢ଼ଉ
30/12/2022 at 6:45 PM

ଆନନ୍ଦପୁର ୩୦/୧୨: ଆନନ୍ଦପୁର ଉପଖଣ୍ଡ ଘସିପୁରା ବ୍ଲକ୍ ଝାଗୁକୁଣ୍ଡିରେ ଥିବା ଶ୍ୟାମସୁନ୍ଦର ରାଇସ୍ ମିଲରେ ଉପଜିଲ୍ଲାପାଳ ଚଢ଼ଉ କରିଛନ୍ତି। ମିଲ୍ର କେବଳ ମଣ୍ଡିରୁ ଧାନ କିଣିବା ନିୟମ ଥିବାବେଳେ ଏଠାରେ ବ୍ୟତିକ୍ରମ ଦେଖାଯାଇଛି। ନିୟମ ଉଲଂଘନ କରି ମିଲରମାନେ ଚାଷୀ ଓ ଦଲାଲଙ୍କ ଠାରୁ ଧାନ କିଣୁଛନ୍ତି। ଫଳରେ ପ୍ରକୃତ ଚାଷୀ ନିଜ ଧାନକୁ ମଣ୍ଡିରେ ରଖି ବହୁଦିନ ଅପେକ୍ଷା କରୁଥିବା ଦେଖାଯାଇଛି। ମିଲର୍ ମଣ୍ଡିକୁ ଗାଡ଼ି ନପଠାଇବାରୁ ଚାଷୀର ଧାନ ବିକ୍ରି ବିଳମ୍ବ ହେଉଛି।
ଅନ୍ୟପଟେ ମିଲ୍ ମାଲିକମାନେ ପରିବହନ ଖର୍ଚ୍ଚକୁ ଚଳୁ କରୁଛନ୍ତି। ଏଭଳି ଅଭିଯୋଗ ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଶୁକ୍ରବାର ଶ୍ଯାମସୁନ୍ଦର ରାଇସ୍ ମିଲ୍ରେ ଚଢ଼ଉ କରିଛନ୍ତି। ମିଲ୍ ପରିସରରେ ଥିବା ଅନେକ ଧାନ ବୋଝେଇ ଟ୍ରାକ୍ଟରର ରେଜିଷ୍ଟେସନ ନମ୍ବର ନଥିବାବେଳେ ବୋଝେଇ ଧାନର ଏସି ନୋଟ ନଥିବା ଉପଜିଲ୍ଲାପାଳ କହିଛନ୍ତି। ତଦନ୍ତ ପରେ ସମ୍ପୃକ୍ତ ଧାନ ମିଲ୍ ବିରୋଧରେ ପ୍ରଶାସନ କଣ ପଦକ୍ଷେପ ନେବ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି।