ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା; ବନ୍ଧାହେଲେ ଡେପୁଟି କଲେକ୍ଟର୍
28/12/2022 at 5:26 PM

ଭୁବନେଶ୍ୱର ୨୮/୧୨: ଜହତସିଂହପୁର ୨୮୧୨ ଗିରଫ ହେଲେ ଜଗତସିଂହପୁର ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ପିଲ୍ଲା। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ଚିତ୍ତରଞ୍ଜନଙ୍କ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିଲା। ଭୁବନେଶ୍ବର, ବାଲେଶ୍ବର ଓ ସୋନପୁରରୁ ତାଙ୍କର ୫ଟି ମୂଲ୍ୟବାନ କୋଠା ଓ ୧୧ଟି ପ୍ଲଟ ମିଳିଥିଲା। ୧.୮୫ ଲକ୍ଷ ନଗଦ ଟଙ୍କା, ୪୮ ଲକ୍ଷ ୭୧ ହଜାରର ବୀମା ଡିପୋଜିଟ ସହ ୧୩ ଲକ୍ଷ ୬୪ ହଜାର ଟଙ୍କାର ସୁନା ଗହଣା ତାଙ୍କଠୁ ଭିଜିଲାନ୍ସ ଜବତ କରିଛି।
ସୂଚନାଥାଉକି, ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସର ଚଢାଉ ହୋଇଥିଲା। ଏକାସାଙ୍ଗେ ୯ଟି ଜାଗାରେ ଚଢ଼ଉ ଜାରି ରଖିଥିଲା ଭିଜିଲାନ୍ସ।
ଖବର ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା। ବାସଭବନ ସହିତ ୯ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ରେଡ୍ କରିଥିଲା। ଭିଜିଲାନ୍ସ ଅଦାଲତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଚଢ଼ଉ ହୋଇଥିଲା। ଏହି ଚଢ଼ଉରେ ୨ ଜଣ ଡିଏସ୍ପି, ୧୪ ଇନ୍ସପେକ୍ଟର ଓ ୬ ଏଏସ୍ଆଇ ଓ ଅନ୍ୟ ଅଧିକାରୀମାନେ ସାମିଲ ଥିଲେ।ତେବେ ଚଢ଼ଉ ହେଉଥିବା ସ୍ଥାନଗୁଡିକ ମଧ୍ୟରେ ଭୁବନେଶ୍ୱର ୩ଟି ସ୍ଥାନ, ବାଲେଶ୍ୱରର ୩ଟି ସ୍ଥାନ, ଜଗତସିଂପୁରରେ ୨ଟି ସ୍ଥାନ ସହ ସୋନପୁରରେ ଅସ୍ଥାୟୀ ବାସଭବନ ରହିଥିଲା।