ସୁବାଷ ଘାଇଙ୍କୁ ମିଳିଲା ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆୱାର୍ଡ, ଜାଣନ୍ତୁ ବାକି ୱିନର୍ସଙ୍କ ଲିଷ୍ଟ

Published By : Prameya-News7 Bureau | August 31, 2022 IST

ମୁମ୍ଵାଇ ୩୧।୦୮: ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଆୱାର୍ଡ ଶୋ ହେଉଛି ଫିଲ୍ମଫେୟାର ଆୱାର୍ଡ। ଏହା ଏଥର ୬୭ଟି ତମ ଫିଲ୍ମଫେୟାର ଆୱାର୍ଡ। ଏହି ଆୱାର୍ଡ ବିଷୟରେ ବିଶେଷ କଥା ହେଉଛି ବ୍ଲାକ୍ ଲେଡି ଯାହାକୁ ପ୍ରତ୍ୟେକ ବିଜେତା ତାଙ୍କୁ ତାଙ୍କ ସହତ ନେଇଥାନ୍ତି। ବ୍ଲାକ୍ ଲେଡି ଟ୍ରଫି ଜିତିବା ପାଇଁ ସମସ୍ତେ ବହୁତ ପରିଶ୍ରମ କରିଥାନ୍ତି। ଏଥର ଏହି ଶୋ’କୁ ବଲିଉଡ ଇଣ୍ଡଷ୍ଟ୍ରିର ବେଷ୍ଟ ଫ୍ରେଣ୍ଡ ତଥା ଟ୍ୟାଲେଣ୍ଟେଡ୍‌ ଅଭିନେତା ରଣବୀର ସିଂ ଏବଂ ଅର୍ଜୁନ କପୁର ହୋଷ୍ଟ କରୁଛନ୍ତି। ଅନ୍ୟପକ୍ଷରେ କାର୍ତ୍ତିକ ଆର୍ଯ୍ୟନ୍, ବିକି କୌଶଲ, କିଆରା ଆଡଭାନୀ ଏବଂ ଦିଶା ଆଡଭାନୀ ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ସମସ୍ତଙ୍କୁ ପରଫମାନ୍ସ କରିବେ । ବର୍ତ୍ତମାନ ସେଲିବ୍ରେଟମାନେ ରେଡ କାର୍ପେଟରେ ନିଜର ଝଲକ ଦେଖାଇଛନ୍ତି। ଏହି ସମୟରେ ସମସ୍ତଙ୍କର ଗ୍ଲାମରସ୍ ଲୁକ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଆୱାର୍ଡ ଲିଷ୍ଟ-

ଆଚିଭମେଣ୍ଟ ଆୱାର୍ଡ: ସୁଭାଷ ଘାଇଙ୍କୁ ଲାଇଫ୍‌ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ମିଳିଛି ​।

ବେଷ୍ଟ ପ୍ଲେକ୍ ବ୍ୟାକ୍‌ ସିଙ୍ଗର (ପୁରୁଷ): ବି ପ୍ରାକ (ମନ୍ ଭରେଆ, ଶେରଶାହ)

ବେଷ୍ଟ ପ୍ଲେକ୍ ବ୍ୟାକ୍‌ ସିଙ୍ଗର (ମହିଳା): ଆସିସ୍ କୌର ।

ବେଷ୍ଟ ମ୍ୟୁଜିକ ଆଲବମ୍: ଶେରଶାହ

ବେଷ୍ଟ ସାଉଣ୍ଡ ଡିସାଇନ୍‌- ସରଦାର ଉଦ୍ଧମ

ବେଷ୍ଟ ବିଏଫ୍‌ଏକ୍ସ- ସରଦାର ଉଦ୍ଧମ

ବ୍ୟାକଗ୍ରାଉଣ୍ଡ ସ୍କୋର-ସରଦାର ଉଦ୍ଧମ

ବେଷ୍ଟ କୋରିଓଗ୍ରାଫର- ବିଜୟ ସିଂ ( ଚକା-ଚକା, ଅତରଙ୍ଗି)

ବେଷ୍ଟ ଆକ୍ସନ-ଶେରଶାହ

ବେଷ୍ଟ କସଟ୍ୟୁମ୍‌-ସରଦାର ଉଦ୍ଧମ୍‌

ବେଷ୍ଟ ଏଡିଟିଙ୍ଗ- ଶେରଶାହ

ବେଷ୍ଟ ପ୍ରଡକ୍ସନ ଡିଜାଇନ୍‌ ଆୱାର୍ଡ-ସରଦାର ଉଦ୍ଧମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.