ପିଇଜି ଗୋଦାମରୁ ହଜାର ହଜାର କ୍ଵିଣ୍ଟାଲ ଚାଉଳ ହଡପ, ବିନିକା ଥାନାରେ ଅଭିଯୋଗ କଲେ ସୁବର୍ଣ୍ଣପୁର ଏସିଏସଓ

Published By : Prameya-News7 Bureau | January 07, 2023 IST

ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ପିଇଜି ଚାଉଳ ଗୋଦାମରୁ ୧୦ ହଜାର ୮୯୩ କ୍ଵିଣ୍ଟାଲ ଚାଉଳ ହଡପ କରି ଗୋଦାମ ମାଲିକ ଫେରାର ହୋଇଯାଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

ଗତ ୨୦୨୨ ଡିସେମ୍ବର ୧୪ରେ ଅରିଗାଁ ପିଇଜି ଗୋଦାମରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ପରେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଗୋଦାମକୁ ତଦନ୍ତ କରିବା ପାଇଁ ଯାଇଥିଲେ । ବିଭିନ୍ନ ଦିଗରୁ ତଦନ୍ତ କରିବା ପରେ ଗୋଦାମ ମାଲିକ ପ୍ରତାପ ଭାରତୀ ପ୍ରାୟ ୧୦ ହଜାର ୮୯୩ କ୍ଵିଣ୍ଟାଲ ଚାଉଳ ହଡପ କରି କୁଆଡେ ଫେରାର ଥିବା ଜଣାପଡିଛି । ଏନେଇ ସୁବର୍ଣ୍ଣପୁର ଏସିଏସଓ ତ୍ରିନାଥ ଭୋଇ ଶୁକ୍ରବାର ବିନିକା ଥାନାରେ ଚାଉଳ ହେରଫେର କରିଥିବା ନେଇ ଗୋଦାମ ମାଲିକଙ୍କ ନାମରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।ସେହିଦିନ ଲାଗିଥିବା ନିଆଁ ଯୋଜନା ବଦ୍ଧ ଭାବେ ଲଗା ଯାଇଥିବା ସନ୍ଦେହ କରାଯାଇଛି ।

{"id":730272,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.