ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ

31/01/2023 at 10:22 AM

କଟକ ୩୧/୦୧: କଟକ ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ । ସବ ରେଜିଷ୍ଟ୍ରାର ଅଫିସ ରେକର୍ଡ ରୁମ୍‌ରେ ଲାଗିଛି ନିଆଁ । ନିଆଁରେ ହୁତୁହୁତୁ ହୋଇ ଜଳିଯାଇଛି ଆସବାବପତ୍ର । ନିଆଁ ଲିଭା କାର୍ଯ୍ୟରେ ୩ଟି ଦମକଳ ବାହିନୀ ନିୟୋଜିତ ଅଛନ୍ତି ।

ନିଆଁରେ ଫଶିଥିବା ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଦମକଳ ବାହିନୀ । ସେପଟେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ପୋଲିସ ଓ ଅଗ୍ନିଶମବାହିନୀର ବରିଷ୍ଠ ଅଧିକାରୀ ।

ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିଲେ ବି ରେଜିଷ୍ଟ୍ରାର ଅଫିସ ନିକଟରେ ଥିବା ହୋଟେଲରୁ ନିଆଁ ଲାଗି ବ୍ୟାପିଥିବା ସନ୍ଦେହ କରାଯାଉଛି । ପ୍ରଥମେ ହୋଟେଲ , ପରେ ଅବକାରୀ ବିଭାଗ ଗୋଦାମ ଏବଂ ସବ ରେଜିଷ୍ଟ୍ରାର ଅଫିସକୁ ନିଆଁ ବ୍ୟାପିଥିବା ଜଣାପଡିଛି ।

   Related Posts