ଲୋକଙ୍କ ଟଙ୍କା ଜମା କରିବା ବଦଳରେ ନେଇ ଚମ୍ପଟ ମାରିଥିଲେ ସବ୍ ପୋଷ୍ଟମାଷ୍ଟର, ଗିରଫ କଲା ପୋଲିସ

Published By : Prameya-News7 Bureau | March 11, 2020 IST

ସାନଖେମୁଣ୍ଡି ୧୧।୩: ଟଙ୍କା ନେଇ ଚମ୍ପଟ ମାରିଥିବା ପୋଷ୍ଟ ମାଷ୍ଟର ବ୍ରହ୍ମପୁରରୁ ଗିରଫ । ଗଞ୍ଜାମ ଜିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ସାଧାରଣ ଲୋକଙ୍କ ଟଙ୍କା ଉପ ଡାକ ଘରେ ଫିକ୍ସଡ୍ ଡିପୋଜିଟ୍ କରିବା ଆଳରେ ସବ୍ ପୋଷ୍ଟ ମାଷ୍ଟର ଧର୍ମେନ୍ଦ୍ର କୁମାର ପାଢୀ ଟମ୍ପଟ ମାରିଥିଲେ । ଏନେଇ ୨୦୧୭ ମସିହାରେ ୧୦ଲକ୍ଷ ୩୫ହଜାର ଟଙ୍କା ହଡପ ମାମଲାରେ ଥାନାରେ ଏତଲା ଦେଇଥିଲେ ଲୋକେ । ତେବେ ମଙ୍ଗଳବାର ଦିନ ତାଙ୍କୁ ବ୍ରହ୍ମପୁରରୁ ଗିରଫ କରିଛି ପୋଲିସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.