ଭାରତ ବନ୍ଦକୁ ସମର୍ଥନ କରିଥିବା ଥାନା ପ୍ରଭାରୀ ନିଲମ୍ବିତ, ଜୋର ଜବରଦସ୍ତ ଦୋକାନ ବନ୍ଦ କରାଇଥିବା ଭିଡିଓ ଭାଇରାଲ

Published By : Prameya-News7 Bureau | December 09, 2020 IST

ଲକ୍ଷ୍ନୌ ୦୯/୧୨ : ଡିସେମ୍ବର ୮ ତାରିଖରେ କୃଷକ ସଂଗଠନ ଦ୍ୱାରା ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଭାରତ ବନ୍ଦ ସମୟରେ ଜୋର ଜବରଦସ୍ତ ଦୋକାନ ବନ୍ଦ କରାଇଥିବା ଥାନା ପ୍ରଭାରୀ ରାମ ସୁଧାର ଯାଦବଙ୍କୁ ପୋଲିସ କମିଶନର ଡିକେ ଠାକୁର ନିଲମ୍ବନ କରିଛନ୍ତି। ମଙ୍ଗଳବାର ଭାରତ ବନ୍ଦ ସମୟରେ ରାମ ସୁଧାର ଯାଦବ ସରୋଜିନୀନଗରରେ ଜୋର ଜବରଦସ୍ତ ଲୋକଙ୍କ ଦୋକାନ ବନ୍ଦ କରାଇ ଦେଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ସରୋଜିନୀନଗରରେ କିଛି ଦୋକାନୀ ଥାନା ପ୍ରଭାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏୟାରପୋର୍ଟ ଭିଆଇପି ଛକରେ ଥିବା ଜଣେ ମିଠା ଦୋକାନୀ ଥାନା ପ୍ରଭାରୀଙ୍କ ଉପରେ ଆରୋପ ଲଗାଇଥିଲେ ଯେ ସେ ଜବରଦସ୍ତ ଦୋକାନ ବନ୍ଦ କରାଇଦେଇଥିଲେ। ଦୋକାନୀଙ୍କ ଅଭିଯୋଗ ପରେ ଥାନା ପ୍ରଭାରୀଙ୍କୁ ନିଲମ୍ବନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଭାରତ ବନ୍ଦ ସତ୍ତ୍ୱେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ସମସ୍ତ ମୁଖ୍ୟ ବଜାର ଖୋଲାଥିଲା। କିଛି ଜାଗାରେ ମଙ୍ଗଳବାର ଦିନ ସାପ୍ତାହିକ ବନ୍ଦ ଥିଲା। କିନ୍ତୁ ତା ସତ୍ତ୍ୱେ ଅନେକ ଦୋକାନ ଖୋଲାଥିଲା। ଲକ୍ଷ୍ନୌର ଗ୍ରାମୀଣ ଅଞ୍ଚଳରେ ମଧ୍ୟ ଅନେକ ଦୋକାନ ଖୋଲାଥିଲା। ପୋଲିସର ସଠିକ ରଣନୀତି ଯୋଗୁଁ ରାଜଧାନୀରେ ଶାନ୍ତି ବ୍ୟବସ୍ଥା ବଜାୟ ରହିଥିଲା।

କୃଷକ ଆଇନ ବିରୋଧରେ ଅନେକ ରାଜନୈତିକ ଦଳର ବିରୋଧ ପ୍ରଦର୍ଶନ ସତ୍ତ୍ୱେ ଅନେକ ଚାଷୀ ନିଜ କ୍ଷେତରେ କାମ କରୁଥିବା ନଜର ଆସିଥିଲେ। ଗ୍ରାମୀଣ ଅଞ୍ଚଳରେ ବନ୍ଦର ଖାସ ପ୍ରଭାବ ପଡ଼ିନଥିଲା। ଅନେକ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇଥିଲେ କିନ୍ତୁ ପୋଲିସ ସନ୍ତୁ ଶୁଙ୍ଖଳା ବଜାୟ ରଖିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.