ଲଗାଣ ବର୍ଷାରେ ଭାଙ୍ଗିଲା କେନାଲ, ଏକର ଏକର ଧାନ ଜମିରେ ମାଡିଗଲା ପାଣି

Published By : Prameya-News7 Bureau | August 20, 2022 IST

ବାରିପଦା ୨୦।୮: ଲଗାଣ ବର୍ଷା ଯୋଗୁଁ ବାରିପଦା ସଦର ଥାନା ଅନ୍ତର୍ଗତ ରଜାବସାଠାରେ ଭାଙ୍ଗିଲା ସବ୍ କେନାଲ । କେନାଲ ଭାଙ୍ଗିବା ଯୋଗୁଁ ଏକର ଏକର ଧାନ ଜମିରେ ପାଣି ମାଡ଼ିଯାଇଛି । ଏନେଇ ଚାଷୀ ଚିନ୍ତାରେ ଥିବାବେଳେ ଧାନଚାଷ ନଷ୍ଟ ହେବା ନେଇ ଅଭିଯୋଗ କରିଛନ୍ତି । ଏଭଳି ଘଟଣା ଯୋଗୁଁ ସ୍ଥାନୀୟ ଲୋକେ ନିମ୍ନମାନର ନିର୍ମାଣକୁ ଦାୟୀ କରିଛନ୍ତି । ତେବେ କେନାଲ ପାଣି ଗାଁ ଭିତରକୁ ପଶିନଥିବାରୁ ଧନଜୀବନ ନଷ୍ଟ ହେବାରୁ ବର୍ତ୍ତି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.