ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ସୁନାବେଶରେ ଠାକୁର: ସନ୍ଧ୍ୟାରେ ପହଣ୍ଡି, କାଲି ବାହୁଡା

Published By : Prameya-News7 Bureau | July 09, 2022 IST

ବାରିପଦା ୦୯/୦୭: ୯ ଦିନର ଳୀଳାଖେଳା ପରେ ଗୁଣ୍ଡିଚା ମନ୍ଦିରରେ ଆଜି ୩ ଠାକୁରଙ୍କ ଶେଷ ଦିନ । ସ୍ୱର୍ଣ୍ଣ ମଣ୍ଡିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । କାଲି ରଥାରୂଢ ହୋଇ ଭକ୍ତଙ୍କୁ ମୁକ୍ତଦର୍ଶନ ଦେବାପରେ ରତ୍ନବେଦୀକୁ ବାହୁଡି ଯିବେ ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରି ବଳଦେବ ମହାପ୍ରଭୁ ବିଜେ ।

ରାତିରେ ବାହୁଡିବା ଲାଗି ରଥ ଚଢିବେ ୩ ଠାକୁର । ଆଜି ସକାଳୁ ଜନ୍ମ ବେଦୀରେ ସୁନା ଅଳଙ୍କାରରେ ସଜାଇ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଜଗା ବଳିଆ ଓ ସୁଭଦ୍ରା। ବର୍ଷା ଲାଗିରହିଥିଲେ ମଧ୍ୟ ଭକ୍ତଙ୍କ ପ୍ରବଳ ଗହଳି ରହିଛି । ଲମ୍ବା ଧାଡିରେ ଭକ୍ତ ଅପେକ୍ଷା କରି ଠାକୁରଙ୍କୁ ଦର୍ଶନ କରିଛନ୍ତି ।

୨ ବର୍ଷ ପରେ ପୁଣିଥରେ ସୁନା ବେଶରେ ଠାକୁରଙ୍କ ଦର୍ଶନ କରିବାକୁ ସୁଯୋଗ ମିଳିଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଓ ଖୁସି ରହିଛି । ଶ୍ରୀକ୍ଷେତ୍ର ପୁରୀରେ ରଥଯାତ୍ରା ୯ ଦିନ ହେଉଥିବା ବେଳେ ନିଆରା ପରମ୍ପରା ଅନୁସାରେ ୨ୟ ଶ୍ରୀ କ୍ଷେତ୍ର ରେ ୨ଦିନ ଧରି ରଥ ଟଣା ହେଉଥିବାରୁ ଘୋଷଯାତ୍ରା ୧୧ ଦିନଧରି ପାଳିତ ହୁଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.