ଦୁଇ ଦିନ ହେଲା ଗାଁରେ ଆତଙ୍କ ରଚିଥିଲା ମାଙ୍କଡ଼; ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ

Published By : Prameya-News7 Bureau | May 16, 2023 IST

ବାଲିପାଟଣା ୧୬/୦୫: ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଲକ୍ ବାଗଲପୁର ଗାଁରେ ଆତଙ୍କ ସୃଷ୍ଟି କରିଥିବା ମାଙ୍କଡ଼କୁ ବନ ବିଭାଗ ଟ୍ରାଙ୍କୁଲାଇଜ୍‌  କରି କାବୁ କରିଛି। ବହୁ କସରତ ପରେ ସେହି ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ବନ ବିଭାଗ ଟିମ୍‌। ପରେ ମାଙ୍କଡ କୁ ଅନ୍ୟତ୍ର ନେଇଛି ବନ ବିଭାଗ। ଖବର ଅନୁସାରେ, ଅପରାହ୍ଣରେ ନନ୍ଦନକାନନର ୨ ଜଣିଆ ଟ୍ରାଙ୍କୁଲାଇଜର ଟିମ୍ ସହ ବାଲିପାଟଣା ବନ କର୍ମଚାରୀ ଗାଁରେ ପହଞ୍ଚିଥିଲେ।

{"id":787545,"sizeSlug":"full","linkDestination":"none"}

ଏହାପରେ  ସେମାନେ ମାଙ୍କଡକୁ ଖୋଜା ଖୋଜି କରିଥିଲେ। ପରେ ଏକ ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିଥିଲେ ଟିମ୍। ମାଙ୍କଡ଼ ଟି ଅଚେତ୍ ହେବା ପରେ ଅନ୍ୟତ୍ର ନେଇଥିଲେ ବନ କର୍ମଚାରୀ।  କିନ୍ତୁ ଏହି ମାଙ୍କଡଟି କାମୁଡା ମାଙ୍କଡ କି ନୁହେଁ ତାହା ଜଣାପଡ଼ି ନାହିଁ। ସୂଚନା ଥାଉକି, ସେହି ଗାଁରେ ୨ ଦିନ ମଧ୍ୟରେ ମାଙ୍କଡ଼ କାମୁଡାରେ ୭ ଜଣ ଗୁରୁତର ହୋଇଥିଲେ। ସେହିପରି ୨ ମାସ ପୂର୍ବେ ମାଙ୍କଡ଼ କାମୁଡାରେ ବାଗଲପୁର ଗାଁର ପ୍ରାୟ ୧୫ ଜଣ ଲୋକ ମଧ୍ୟ ଗୁରୁତର ହୋଇ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.