ନୂଆଦିଲ୍ଲୀ ୨୬/୦୮ : ଭାରତରେ କରୋନା ଭାଇରସ ଯୋଗୁଁ ଏବେ ସୁଦ୍ଧା ଅନେକ ଲୋକ ପ୍ରାଣ ହରାଇ ସାରିଛନ୍ତି | ଆରମ୍ଭରେ କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିଲା | କିନ୍ତୁ ବିବିସିରେ ପ୍ରକାଶିତ ରିପୋର୍ଟ ଅନୁସାରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତି ବର୍ଷ ବିଶ୍ୱରେ ରିପୋର୍ଟ ହେଉଥିବା ଯକ୍ଷ୍ମା (ଟ୍ୟୁବରକୁଲୋସିସ) ମାମଲାରେ ଏକ ତୃତୀୟାଂଶ ମୃତ୍ୟୁ ଭାରତରେ ହୋଇଥାଏ | ଭାରତରେ ଟିବି ଯୋଗୁଁ ପ୍ରତି ବର୍ଷ ପାଖାପାଖି ୪ ଲକ୍ଷ ୮୦ ହଜାର ଲୋକ ପ୍ରାଣ ହରାଇଥାନ୍ତି |
{"id":320303,"width":574,"height":323,"sizeSlug":"large"}ଏହି ତଥ୍ୟ ଆଶ୍ଚର୍ଯ୍ୟଜନକ | ଭାରତ ସରକାରଙ୍କ ଅନୁମାନ ଅନୁଯାୟୀ ଟିବି ଯୋଗୁଁ ପ୍ରତିଦିନ ୧୩୦୦ ମୃତ୍ୟୁ ହୋଇଥାଏ | କିନ୍ତୁ ଭାରତରେ ଲଗାତାର ଗତ କିଛି ବର୍ଷ ହେଲା ଟିବିର ଚିକିତ୍ସାକୁ ନେଇ ଅନୁସନ୍ଧାନ ଜାରି ରହିଛି | କିନ୍ତୁ ତଥାପି ଏବେ ସୁଦ୍ଧା ଏହି ରୋଗର କୌଣସି ସଠିକ ଚିକିତ୍ସା ଆସିନାହିଁ |
ଏହି ଡାଟା ଭାରତରେ କରୋନା ଭାଇରସ ଆସିବା ପୂର୍ବର ଡାଟା | ଯଦି ସରକାରୀ ତଥ୍ୟ ଉପରେ ନଜର ପକାଯାଏ ତାହେଲେ ଜଣାପଡିବା ଯେ କରୋନା ଭାଇରସ ଆସିବା ପରେ ଟିବି ରୋଗୀଙ୍କ ରିପୋର୍ଟିଂ ହ୍ରାସ ପାଇଛି |
{"id":320302,"sizeSlug":"large"}ଏହି ପରିପ୍ରେକ୍ଷୀରେ ବିହାରର ପ୍ରମୁଖ ଟିବି ଅଧିକାରୀ ଡ.କେଏନ ସହାୟ କହିଛନ୍ତି ଯେ କରୋନା ପରେ ସ୍ୱାସ୍ଥ୍ୟ ବିଭାଗର ପୁରା ନଜର କୋଭିଡ-୧୯ ଡାଇଗନୋସିସ ପ୍ରତି ରହିଛି | ପୂର୍ବରୁ ମଧ୍ୟ କମ ଷ୍ଟାଫ ଥିଲେ | ଗତ ମାସରେ କୋଭିଡ କେୟାର ସେଣ୍ଟର ଏବଂ ହୋମ-ଟୁ-ହୋମ ନମୁନା ସଂଗ୍ରହ ଆଦି ପାଇଁ ସ୍ଥାନାନ୍ତର କରାଯାଇଛି | କେବଳ ସରକାରୀ ହସ୍ପିଟାଲରେ ନୁହେଁ ବରଂ ଘରୋଇ ହସ୍ପିଟାଲରେ ମଧ୍ୟ ଟିବି କ୍ଲିନିକ ବନ୍ଦ ରହିଛି | ସେଥିପାଇଁ ଟିବି ମାମଲା ନୋଟିଫିକେସନରେ ୩୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି | ଏହା ଚିନ୍ତାଜନକ ବୋଲି ଡାକ୍ତର କହିଛନ୍ତି |
ଏପିଡେମୋଲୋଜି ଏବଂ ଗ୍ଲୋବାଲ୍ ହେଲ୍ଥ ରେ କାନାଡ଼ା ରିସର୍ଚ୍ଚ ଚେୟର ଏବଂ ମ୍ୟାକଗିଲ୍ ଆନ୍ତର୍ଜାତୀୟ ଟିବି ସେଣ୍ଟରର ପ୍ରମୁଖ ଡାକ୍ତର ମଧୁ ପାଇ ଏହାର କେସ ଷ୍ଟଡି କରୁଛନ୍ତି | ସେ କହିଛନ୍ତି ଯେ ଦେଶରୁ ଟିବିକୁ ସମୂଳେ ନଷ୍ଟ କରିବା ଲକ୍ଷ୍ୟ ପାଖାପାଖି ୫ ବର୍ଷ ଆଗକୁ ବଢାଇବାକୁ ପଡିପାରେ |