ନିରାଶ କଲା ନୂଆ ଅଧ୍ୟୟନ, ଗ୍ରୀଷ୍ମରେ ବି ଥମିବନି କରୋନା ମହାମାରୀ

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ:  ଏକ ବୈଶ୍ୱିକ ଅଧ୍ୟାୟନରୁ ତାପମାତ୍ରା ଓ ଅକ୍ଷାଂଶ  କୋଭିଡ-୧୯ ଉପରେ  କୌଣସି ପ୍ରଭାବ ପକାଉ ନଥିବା ଜଣାପଡିଛି। ଅଧ୍ୟୟନରେ  ୧୪୪ଟି ଭୂ ରାଜନୈତିକ ଅଞ୍ଚଳକୁ ସାମିଲ କରାଯାଇଥିବା ବେଳେ ଏଥିରେ ଅକ୍ଷାଂଶ,ତାପମାତ୍ରା, ଆଦ୍ରତା ଆଦିକୁ ସାମିଲ କରାଯାଇଥିଲା। ତେବେ ଏଥିରେ କରୋନା ଭାଇରସ ଉପରେ ସାମାଜିକ ଦୂରତା ବ୍ୟତୀତ ଅନ୍ୟ କୌଣସି ପାରିପାର୍ଶ୍ୱିକ ପ୍ରଭାବ ପଡୁନଥିବା ଜଣାପଡିଛି।

{"id":266699,"sizeSlug":"large"}

ଉଚ୍ଚ ତାପମାତ୍ରାରେ କୋଭିଡ-୧୯ ଭୂତାଣୁ ନଷ୍ଟ ହେଉନଥିବା ବେଳେ ତାର ସଂକ୍ରମଣ ଶକ୍ତି ମଧ୍ୟ  ହ୍ରାସ ହେଉ ନାହିଁ ବୋଲି ଜଣାପଡିଛି। ତେବେ ଗୁଳଗୁଳି ପାଗରେ କରୋନା ଦୁର୍ବଳ ହେଉଥିବା ଜଣାପଡିଥିଲେ ବି ସାମାଜିକ ଦୂରତା ରକ୍ଷା କରି ସଂକ୍ରମଣ ବ୍ୟାପିବା ରୋକାଯାଇପାରେ ବୋଲି ଗବେଷକମାନେ କହିଛନ୍ତି। ଟୋରେଣ୍ଟ ୟୁନିଭର୍ସିଟି ଓ କାନାଡା ସେଣ୍ଟ ମାଇକେଲ୍ସ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରେ ଚୀନ ଓ  ଦକ୍ଷିଣ କୋରିଆକୁ ବାଦ ଦିଆଯାଇଛି।

{"id":266700,"sizeSlug":"large"}

ଅଧ୍ୟାୟନ ବେଳେ ଚୀନ ଓ ଦକ୍ଷିଣ କୋରିଆରେ କରୋନା ହୁଏତ ଦୁର୍ବଳ ହେଉଥିଲା ଅଥବା ଚରମରେ ଥିବା ଯୋଗୁ ବାଦ ଦିଆଯାଇଥିଲା। ତେବେ ଅନ୍ୟ ଦେଶମାନଙ୍କରେ କରାଯାଇଥିବା ଅଧ୍ୟୟନ ବେଳେ କୋଭିଡ-୧୯ର ପ୍ରାୟ ୩ଲକ୍ଷ ୭୫ ହଜାର ୬ଶହରୁ ଅଧିକ ମାମଲା ଦେଖାଯାଇଛି।  ତେବେ ଏଥିରୁ ବିଶ୍ୱରେ ଅଧିକାଂଶ ଦେଶରେ ଏବେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବା ବେଳେ ସଂକ୍ରମଣ ହ୍ରାସ ହେବ ବୋଲି ଯେଉଁ ଆଶା ପୋଷଣ କରାଯାଉଥିଲା ତାହା ଭୁଲ ବୋଲି ଏହି ଅଧ୍ୟୟନରୁ ସ୍ପଷ୍ଟ  କରିଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.