ଡେପୁଟେସନରେ ଆସିଥିବା ଶିକ୍ଷକଙ୍କୁ ଛାଡ଼ିବାକୁ ନାରାଜ ଛାତ୍ରଛାତ୍ରୀ; ବିଦ୍ୟାଳୟ ଆଗରେ ଦେଲେ ଧାରଣା

Published By : Prameya-News7 Bureau | September 28, 2022 IST

ବୋରିଗୁମ୍ମା ୨୮/୦୯: ଶିବ ସାର ଆମକୁ ଛାଡି ଯାଅ ନାହିଁ, ଶିବ ସାରଙ୍କୁ ଆମେ ଛାଡ଼ିବୁ ନାହିଁ। ପଢ଼ା ଛାଡ଼ି ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଏଭଳି ନାରା ଦେଇ ଧାରଣା ଦେଇଛନ୍ତି। ଶିକ୍ଷକଙ୍କୁ ନିଜ ବିଦ୍ୟାଳୟରେ ନିୟମିତ କରିବା ଦାବିରେ ବିଦ୍ୟାଳୟ ଆଗରେ ଧାରଣାରେ ଛାତ୍ର ଛାତ୍ରୀ। ଏଭଳି ଦୃଶ୍ୟ ବୋରିଗୁମ୍ମା ବ୍ଲକର ପୋଡାପଦର ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ଖବର ଅନୁସାରେ, ଗତ ୩ ବର୍ଷ ହେବ ଡମ୍ତୁରୁଞ୍ଜି  ବିଦ୍ୟାଳୟର ଶିକ୍ଷକ ଶିବପ୍ରସାଦ ସାହୁଙ୍କୁ ପୋଡାପଦର ବିଦ୍ୟାଳୟକୁ ଡେପୁଟେସନରେ ଆସିଥିଲେ।

ବୁଧବାର ତାଙ୍କୁ ପୋଡାପଦର ବିଦ୍ୟାଳୟରୁ ତାଙ୍କ ପୁରୁଣା ସ୍କୁଲ ଡମ୍ତୁରୁଞ୍ଜିକୁ ଯିବା ପାଇଁ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦେଶ ପାଇ ଶିକ୍ଷକ ଜଣଜ ପୁରୁଣା ବିଦ୍ୟାଳୟକୁ ଯିବା ପାଇଁ ବାହାରିବା ବେଳେ ପୋଡାପଦର ସ୍କୁଲର ଛାତ୍ରଛାତ୍ରୀ ତାଙ୍କୁ ବିଦ୍ୟାଳୟରୁ ଯିବାକୁ ଦେଉନାହାନ୍ତି। କାରଣ ଶିକ୍ଷକ ଶିବ ପ୍ରସାଦ ୩ ବର୍ଷ ହେଲା  ଛାତ୍ରଛାତ୍ରୀଙ୍କୁ ଗୀତ ଗାଇ ନଚାଇ ପଢ଼ାଉଥିଲେ। ଏପରି ଭାବେ ଶିକ୍ଷକ ଶିବ ପ୍ରସାଦ ଛାତ୍ରଛାତ୍ରୀଙ୍କ ପ୍ରିୟ ହୋଇଯାଇଛନ୍ତି।

ସେଥିପାଇଁ ଏଭଳି ଅନନ୍ୟ ଶିକ୍ଷକଙ୍କୁ ଛାତ୍ରଛାତ୍ରୀ ତାଙ୍କ ସ୍କୁଲରୁ  ଛାଡ଼ୁନାହାନ୍ତି। ଏହି ଆନ୍ଦୋଳନରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ  ଓ ବିଦ୍ୟାଳୟ ପରିଚାଳନା କମିଟି ସାମିଲ ହୋଇଛନ୍ତି। ଯେ ପର୍ଯ୍ୟନ୍ତ ଶିବ ସାରଙ୍କ ବଦଳି କୁ ରଦ୍ଧ କରାନଯାଏ ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିବାବକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.