ବିଦ୍ୟାଳୟ ସମସ୍ୟା ନେଇ ୨୫ କିଲୋମିଟର ଚାଲିଲେ ସ୍କୁଲ ଛାତ୍ର, ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ

Published By : Prameya-News7 Bureau | July 12, 2023 IST

କରଞ୍ଜିଆ ୧୨।୭: ପୁଣି ଚାଲିଲେ ବିଦ୍ୟାଳୟ ଛାତ୍ର । ୨୫ କିଲୋମିଟର ଚାଲି ଚାଲି ଆସି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଫେରାଦ ହୋଇଛନ୍ତି ୪୦ରୁ ଅଧିକ ଛାତ୍ର । ଏଥର କିନ୍ତୁ ଖାଦ୍ୟପେୟର ସମସ୍ୟା ପାଇଁ ଚାଲି ନାହାନ୍ତି କେବଳ ବିଦ୍ୟାଳୟର ସମସ୍ୟା ନେଇ ୨୫ କିଲୋମିଟର ଚାଲି ଚାଲି ଆସି ଉପ-ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଫେରାଦ ହୋଇଛନ୍ତି ବିଦ୍ୟାଳୟର ସମସ୍ତ ଅନ୍ତେବାସୀ । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରୁ ।

{"id":816082,"width":739,"height":425,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ରହିଛି କରଞ୍ଜିଆ ବ୍ଲକର ପୁରୁନାପାଣି ଗାଁ । ସେହି ଗାଁରେ ଦୀର୍ଘ ଦିନ ହେବ ରହି ଆସିଥିବା ଦୁଧିଆଣି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଟି ଆଜକୁ ୨ବର୍ଷ ହେବ ଦେଓ ନଦୀବନ୍ଧର ସମ୍ପ୍ରସାରଣ ପାଇଁ ପୁରୁଣାପାଣି ଗାଁର ଅନ୍ୟ ଏକ ଜାଗାକୁ ସ୍ଥାନାନ୍ତର କରାଯାଇଥିଲା । ସ୍ଥାନାନ୍ତରିତ ହେବାର ୨ ବର୍ଷ ବିତିଯାଇଥିଲେ ମଧ୍ୟ ସେ ବିଦ୍ୟାଳୟ ପ୍ରତି କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ବିଭାଗ ପକ୍ଷରୁ ହୋଇ ନଥିଲା ।

wp:html /wp:html

ବିଭାଗୀୟ ଅଧିକାରୀମାନଙ୍କୁ ଯେତେ ଫେରାଦ ହେଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବୁଧବାର ଦିନ ୧୨ଟା ବେଳେ ଦୁଧିଆଣୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରମାନେ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ନେଇ ଦୀର୍ଘ ୨୫ କିଲୋମିଟର ଚାଲି ଚାଲି ଆସି କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲା ପରେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ତୁରନ୍ତ ବିଦ୍ୟାଳୟର ବିଦ୍ୟୁତକରଣ, ପାଚେରୀ ନିର୍ମାଣ, ନୂତନ ନଳକୂପ ଖନନ ଓ ଛାତ୍ରାବାସ ନିର୍ମାଣ ପାଇଁ ଅଡି ବସିଥିଲେ ।

{"id":816083,"width":739,"height":425,"sizeSlug":"full","linkDestination":"none"}

ସେପଟେ କରଞ୍ଜିଆ ଉପ-ଜିଲ୍ଲାପାଳ କୌଣସି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ହେତୁ ସଙ୍ଗେ ସଙ୍ଗେ କରଞ୍ଜିଆ SDPO, ଥାନା ଆଇଆଇସି, କରଞ୍ଜିଆ BDO ଏବଂ ବ୍ଳକ୍ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ ବୁଝାସୁଝା କରିଥିଲେ ଓ ବ୍ଳକ୍ ଶିକ୍ଷା ଅଧିକାରୀ ଓ କରଞ୍ଜିଆ ବିଡ଼ିଓ ଏ ବିଷୟରେ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ କାର୍ଯ୍ୟାଳୟ ସମ୍ମୁଖରୁ ଧାରଣାରୁ ଉଠିଥିଲେ ।

ତେବେ ବିଭାଗୀୟ ଅଧିକାରୀମାନେ ଛାତ୍ରମାନଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ନା ପାଣିର ଗାର ସାଜିବ ତାହା ଦେଖିବାକୁ ବାକି ରହିଲା ।

You Can Read :

wp:embed {"url":"https://www.prameyanews7.com/7-railway-employees-suspended-in-bahanaga-train-tragedy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/7-railway-employees-suspended-in-bahanaga-train-tragedy/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.