scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବୁର୍ଖା ଖୋଲି ପରୀକ୍ଷା ଦେବାକୁ କହିଲେ କଲେଜ୍ କର୍ତ୍ତୃପକ୍ଷ, ମନ୍ତ୍ରୀ କହିଲେ କାର୍ଯ୍ୟାନୁଷ୍ଠାନ ନେବୁ, ଛୋଟ କପଡ଼ା ସମସ୍ୟାର କାରଣ

17/06/2023 at 4:16 PM

ହାଇଦ୍ରାବାଦ: ଦକ୍ଷିଣ ଭାରତରେ ପୁଣିଥରେ ବୁର୍ଖା ବିବାଦ ମୁଣ୍ଡ ଟେକିଛି। ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ କଲେଜ କର୍ତ୍ତୃପକ୍ଷ ବୁର୍ଖା ଖୋଲି ପରୀକ୍ଷା ଦେବାକୁ କହିବା ପରେ ବିବାଦ ବଢ଼ିଛି। ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ଅଲୀଙ୍କୁ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀଙ୍କ ବାପାମା।

ପଢ଼ନ୍ତୁ-ଦିଲ୍ଲୀରେ ହିଜାବ ବିବାଦର ପ୍ରଭାବ; ବୁର୍ଖା ପିନ୍ଧି ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କ ବିରୋଧ ପ୍ରଦର୍ଶନ

ଶୁକ୍ରବାର ଉର୍ଦ୍ଦୁ ମିଡିୟମ ଡିଗ୍ରୀ ପରୀକ୍ଷା ଦେବାକୁ ହାଇଦ୍ରାବାଦର ସନ୍ତୋଷ ନଗରରେ ଥିବା କେଭି ରଙ୍ଗା ରେଡ୍ଡୀ କଲେଜକୁ ଛାତ୍ରୀମାନେ ବୁର୍ଖା ପିନ୍ଧି ଆସିଥିଲେ। ଏହାକୁ ବିରୋଧ କରି ବୁର୍ଖା ଖୋଲି ପରୀକ୍ଷା ଦେବାକୁ କହିଥିଲେ କଲେଜ୍ କର୍ତ୍ତୃପକ୍ଷ। ଏହାକୁ ନେଇ ବିବାଦ ଦେଖା ଦେବା ପରେ ତେଲେଙ୍ଗାନା ଗୃହମନ୍ତ୍ରୀ ଘଟଣାକୁ ନିନ୍ଦା କରିଛନ୍ତି। ଏଭଳି କାର୍ଯ୍ୟ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତା ସହିତ ଛୋଟ କପଡ଼ା ପିନ୍ଧିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନ୍ତ୍ରୀ।

kv ranga reddy degree college: Latest News, Videos and Photos of kv ranga  reddy degree college | The Hans India - Page 1

ଏନେଇ ମହମ୍ମଦ ଅଲୀ କହିଛନ୍ତି “କିଛି ପ୍ରଧାନଶିକ୍ଷକ ଓ କଲେଜ କୂଳପତି ଏମିତି କରୁଥିବେ। ହେଲେ ଆମର ନୀତି ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ। ଲୋକମାନେ ଯାହା ଚାହିଁବେ ତାହା ପିନ୍ଧି ପାରିବେ। କେଉଁଠି ଲେଖାଯାଇଛି ଯେ ବୁର୍‌ଖା ପିନ୍ଧି ହେବନି ବୋଲି? ଆମେ କାର୍ଯ୍ୟାନୁଷ୍ଠାନ ନେବୁ।”

ଛୋଟ କପଡ଼ା ପିନ୍ଧିବାକୁ ନେଇ ମନ୍ତ୍ରୀ କହିଛନ୍ତି “ ଯଦି ଆପଣ ୟୁରୋପୀୟନ ଡ୍ରେନ୍ ପିନ୍ଧିବେ ତେବେ ଏହା ଠିକ୍ ନୁହେଁ। ଆମେ ଭଲ ପୋଷାକ ପିନ୍ଧିବା ଦରକାର। ବିଶେଷ କରି ମହିଳାମାନେ। ଯଦି ସେମାନେ ଛୋଟ ଛୋଟ କପଡ଼ା ପିନ୍ଧିବେ ତେବେ ପ୍ରୋବ୍‌ଲେମ ହେଇପାରେ। କିନ୍ତୁ ଯଦି ସେମାନେ ଭଲକରି ପୋଷକା ପିନ୍ଧିବେ ତେବେ ଶାନ୍ତିରେ ରହିବେ।”

ପଢ଼ନ୍ତୁ –ହିଜାବ ବିବାଦ ମଧ୍ୟରେ ଖୋଲିବ କର୍ଣ୍ଣାଟକରେ ସମସ୍ତ ସ୍କୁଲ: ଆଖପାଖ ଅଞ୍ଚଳରେ ୧୪୪ ଧାରା

Telangana: Girl Students forced to remove Burqa before Exam

କଲେଜ୍‌ରେ ଘଟିଥିବା ଘଟଣାକୁ ନେଇ ଜଣେ ଛାତ୍ରୀ କହିଛନ୍ତି “ପରୀକ୍ଷା ହଲ୍‌ ଭିତରେ ପ୍ରବେଶ ପୂର୍ବରୁ କଲେଜ୍ କର୍ତ୍ତୃପକ୍ଷ ବୁର୍ଖା ଖୋଲିବାକୁ କହିଥିଲେ।ପରୀକ୍ଷା ହଲ୍‌ ବାହାରେ ବୁର୍ଖା ପିନ୍ଧିବାକୁ ଅନୁରୋଧ କରିଥିଲେ।” ଏହି ଦ୍ୱନ୍ଦ୍ୱେର ସେମାନଙ୍କୁ ଅଧଘଣ୍ଟା ପାଇଁ ପରୀକ୍ଷା ଦେବାକୁ ଦିଆଯାଇ ନଥିଲା ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

   Related Posts