ଅଶ୍ଲୀଳ କାମ କରୁଥିଲେ ରଙ୍ଗିଲା ପ୍ରଧାନଶିକ୍ଷକ, ଗଛରେ ବାନ୍ଧିଦେଲେ ଛାତ୍ରୀ

Published By : Prameya-News7 Bureau | March 05, 2020 IST

କୋଲକାତା ୦୫|୦୩: ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲାରେ ଏକ ସ୍କୁଲର ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ଗଛରେ ବାନ୍ଧି ଦେଇଛନ୍ତି। ପ୍ରଧାନଶିକ୍ଷକଜଣଙ୍କ ସେମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହାର ଜବାବ ଦେବାକୁ ସେମାନେ ଏପରି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି। ପୋଲିସ ପ୍ରଧାନଶିକ୍ଷକଙ୍କୁ ଉଦ୍ଧାର କରି ଥାନା ନେଇଛି।

{"id":233512,"sizeSlug":"large"}

ପୋଲିସର କହିବାନୁସାରେ, ଏହି ଘଟଣା ବାଙ୍କୁଡା ଜିଲ୍ଲାର ଏକ ସରକାରୀ ସ୍କୁଲରେ ଘଟିଛି। ଅଭିଯୁକ୍ତ ପ୍ରଧାନଶିକ୍ଷକ ଛାତ୍ରୀଙ୍କୁ ହଇରାଣ ହରକତ କରୁଥିଲେ। ଯାହାକୁ ବିରୋଧ କରି ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ। ପୋଲିସ ଆସି ତାଙ୍କୁ ଉଦ୍ଧାର କରିଥିଲା। ଉଦ୍ଧାର ବେଳେ ଛାତ୍ରୀମାନେ ଅଭିଯୁକ୍ତଙ୍କୁ ଛାଡିନଥିଲେ। ପୋଲିସ ଗାଡି ସାମ୍ନାରେ ଛିଡା ହୋଇପଡିଥିଲେ। ପରେ କଡା କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ସେମାନେ ହଟିଥିଲେ।

ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ପ୍ରଧାନଶିକ୍ଷକ ଛାତ୍ରଙ୍କୁ କ୍ଲାସରୁ ବାହାର କରିଦେଉଥିଲେ। ପରେ ସେମାନଙ୍କୁ ଗୀତ ଗାଇବା ପାଇଁ କହୁଥିଲେ। ଏପରିକି ସେମାନଙ୍କୁ ହାତ ଧରି ନିଜ ଟଣାଓଟରା କରୁଥିଲେ। ଏହାକୁ ଛାତ୍ରୀମାନେ ବିରୋଧ କରିଥିଲେ ମଧ୍ୟ ସେ ଚୁପ ହୋଇନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.