କ୍ୟାପିଟାଲ ହାଇସ୍କୁଲ ପଡିଆରେ ସାମୂହିକ ‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଛାତ୍ରଛାତ୍ରୀ
14/01/2019 at 1:18 PM

ଭୁବନେଶ୍ବର ୧୪|୧: ୧ ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କ ଉପସ୍ଥିତିରେ ବନ୍ଦେ ଉତ୍କଳ ଜନନୀ ଗାନ। ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବନ୍ଦେ ଉତ୍କଳ ଜନନୀ ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ବୈଷ୍ଣବ ଜନତୋ ଗାନ କରାଯାଇଥିଲା । ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ଏହାର ପରିଚାଳନା କରିଛନ୍ତି । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରମୁଖ ଯୋଗ ଦେଇଛନ୍ତି। ଏଥିରେ ରାଜ୍ୟର ୧୧୭୨ଟି ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି।
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସକୁ କରାଯାଉଛି LVA ଟେଷ୍ଟ
6 February 2023
ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
6 February 2023