ରାଜସ୍ଥାନରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | May 02, 2020 IST

ରାଉରକେଲା ୦୨।୦୫:  ରାଜସ୍ଥାନରୁ ରାଉରକେଲା ଫେରିଲେ ଛାତ୍ରଛାତ୍ରୀ । ରାଜସ୍ଥାନ କୋଟାରୁ ଦୁଇ ଦିନ ତଳେ ବାହାରିଥିବା ଛାତ୍ରଛାତ୍ରୀ ରାଉରକେଲାରେ ପହଁଞ୍ଚିଛନ୍ତି । ସେଠାରୁ ୪ଟି ବସରେ ପ୍ରାୟ ୧୧୬ ଜଣ ଆସୁଛନ୍ତି ।

{"id":263358,"sizeSlug":"large"}

 ଦୁଇଟି ବସ ରାଉରକେଲାରେ ପହଁଞ୍ଚିଥିବା ବେଳେ ଆଉ ଦୁଇଟି ରାସ୍ତାରେ ଅଛି । ରାଉରକେଲାରେ ଦୁଇଟି ବସ ପହଁଞ୍ଚିବା ପରେ ସ୍ଥାନୀୟ ଏୟାରଷ୍ଟ୍ରିପ୍ ରେ ସମସ୍ତଙ୍କୁ ବସରୁ ଓହ୍ଲାଯାଇଛି । ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି । ଘଟଣାସ୍ଥଳରେ ରାଉରକେଲା ଏସପି ଏବଂ ସ୍ଥାନୀୟ ବିଧାୟକଙ୍କ ସହ ଅନ୍ୟ ପ୍ରଶାସନକି ଅଧିକାରୀ ଉପସ୍ଥିତ ଅଛନ୍ତି । ସ୍କ୍ରିନିଂ ପରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ହୋମକ୍ବାରେଣ୍ଟାଇନରେ ରଖାଯିବ ବୋଲି ଜଣାପଡ଼ିଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.