ମାଟ୍ରିକ୍ ଫଳାଫଳକୁ ନେଇ ଅସନ୍ତୋଷ ଛାତ୍ରଛାତ୍ରୀ ଓ ଅଭିଭାବକ, କଟକ ବୋର୍ଡ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | June 28, 2021 IST

କଟକ ।୬: ମାଟ୍ରିକ୍ ରେଜଲ୍ଟକୁ ନେଇ ଅଗଣିତ ଛାତ୍ରଛାତ୍ରୀଙ୍କ ଭିତରେ ଗଭୀର ଅସନ୍ତୋଷ । ଅଭିଭାବକମାନେ ଏବେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ଆରମ୍ଭ କଲେଣି ତେଣେ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡର ନିଷ୍ପତ୍ତିକୁ ଅନାଇ ବସିଛନ୍ତି । କିନ୍ତୁ ବୋର୍ଡ କର୍ତ୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ । କଟକରେ ସୋମବାର ଏକ ଘରୋଇ ଶିକ୍ଷାନୁଷ୍ଠାନ ଆଗରେ ଖୁବ୍ ହୋହଲ୍ଲା କରିଥିବା ବେଳେ ବୋର୍ଡ ଅଫିସ୍ ସମ୍ମୁଖରେ ଅସନ୍ତୁଷ୍ଟ ଅଭିଭାବକ ଓ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

{"id":472531,"width":745,"height":410,"sizeSlug":"large","linkDestination":"none"}

ବେଷ୍ଟ ରେଜଲ୍ଟ ପରିବର୍ତ୍ତେ ନୈରାଶଜନକ ଫଳ ମିଳିବା ପରେ ବୋର୍ଡ ଅଫିସ୍ ସମ୍ମୁଖରେ ଏହିଭଳି ହୋ ହାଲ୍ଲା କରିଛନ୍ତି ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ କଲେଜ ଛକଠାରେ ଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ପରିସରରେ ସୃଷ୍ଟି ହୋଇଥିବା ଅଶାନ୍ତମୟ ପରିବେଶର ଦୃଶ୍ୟ ।  

{"id":472532,"width":747,"height":411,"sizeSlug":"large","linkDestination":"none"}

ଭଲ ଶିକ୍ଷାନୁଷ୍ଠାନ ଭାବେ ଏହି ସ୍କୁଲର ଯଥେଷ୍ଟ ଖ୍ୟାତି ରହିଥିବା ବେଳେ, ଚଳିତ ବର୍ଷର ରେଜଲ୍ଟ କିନ୍ତୁ ସମସ୍ତଙ୍କୁ ନିରାଶ କରୁଛି । ଏଥର ଏହି ସ୍କୁଲରୁ ୧୬୧ ବିଦ୍ୟାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ, ସେମାନଙ୍କ ଭିତରୁ ଅଧାରୁ ଅଧିକ ଛାତ୍ରଛାତ୍ରୀଙ୍କ ରେଜଲ୍ଟରେ ବ୍ୟାପକ ତ୍ରୁଟି ରହିଛି ।  ୯୦ ପ୍ରତିଶତରୁ ଅଧିକ ନମ୍ବର ସ୍କୁଲରେ ମିଳିଥିଲା, କିନ୍ତୁ ଫାଇନାଲ ରେଜଲ୍ଟ ବେଳକୁ ତାହା ୮୦ରୁ ୭୦ପ୍ରତିଶତରେ ସୀମିତ ରହିଛି ।  ତେଣୁ ଏ ପ୍ରକାରର ପ୍ରତିକ୍ରିୟା  ପ୍ରକାଶ ପାଇବାଟା ସ୍ଵାଭାବିକ ।  ତେଣେ ସ୍କୁଲ କର୍ତ୍ତୃପକ୍ଷ ବୋର୍ଡ ଉପରେ ଦୋଷ ଲଦି ଥିବାବେଳେ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୌଣସି ଅଧିକାରୀ ଏ ସଂକ୍ରାନ୍ତରେ କିଛି ବି କହିବା ଉଚିତ ମନେ କଲେନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.