ସଂସ୍କୃତ ଭାଷା ପାଇଁ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ, ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | February 28, 2019 IST

ଭୁବନେଶ୍ବର ୨୮|୨: ସଂସ୍କୃତ ଭାଷା ଲାଗି ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ | ମାଧ୍ୟମିକ ଶିକ୍ଷାରେ ତୃତୀୟ ଭାଷାରେ ସଂସ୍କୃତର ବିକଳ୍ପ ହିନ୍ଦୀ ଥିଲା | ହେଲେ ଏବେ ଏଥିରେ ଇନଫର୍ମେସନ୍ ଟେକ୍ନୋଲୋଜି ବା ଆଇଟିକୁ ସାମିଲ୍ କରାଯାଇଛି | ଯାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି | ଏ ନେଇ ଉତ୍କଳ ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି | ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି | ଆଇଟି ଏକ ସ୍ବତନ୍ତ୍ର ବିଷୟ ରହୁ | ଏହା ତୃତୀୟ ଭାଷା ଭାବେ ରହିବା ଅନୁଚିତ୍ ବୋଲି ଛାତ୍ରଛାତ୍ରୀ କହିଛନ୍ତି | ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.