ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦ, ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | December 11, 2019 IST

ଯାଜପୁର ୧୧।୧: ଶିକ୍ଷକଙ୍କ ବଦଳିକୁ ନେଇ ଲଙ୍କାକାଣ୍ଡ । ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ବ୍ଲକରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଘେରିଲେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଗ୍ରାମବାସୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଦକ୍ଷିଣ ବନ୍ଧର ଉତ୍କଳ ଗୌରବ ଉଚ୍ଚ ବିଦ୍ୟାଳୟରେ ।

{"id":196298,"sizeSlug":"large"}

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଦକ୍ଷିଣ ବନ୍ଧର ଉତ୍କଳ ଗୌରବ ଉଚ୍ଚ ବିଦ୍ୟାଳୟରେ ଷଷ୍ଠଠାରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଦ୍ୟାଳୟରେ ଅବଶ୍ୟକୀୟ ଶିକ୍ଷକ ନାହାନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୁଇଟି ସ୍କୁଲ ଦାଇତ୍ବରେ ଅଛନ୍ତି । ଫଳରେ ସେ ସପ୍ତାହରେ ମାତ୍ର ତିନି ଦିନ ସ୍କୁଲ ଆସିଥାନ୍ତି । କମ୍  ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲୁଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାବିଭାଗ ଦ୍ଵାରା ବଦଳି କରାଯାଇଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ବଦଲି ପ୍ରତିବାଦରେ ବିଦ୍ୟାଳୟର ଗେଟରେ ତାଲା ପକାଇବା ସହ ରାସ୍ତାରୋକ କରି ଆନ୍ଦୋଳନରେ ବସିଛନ୍ତି ।

{"id":196299,"sizeSlug":"large"}

ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିବା ଘଟଣାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇବା ପରେ, ଘଟଣାର ସମାଧାନ ନିମନ୍ତେ ଚେଷ୍ଟା ନକରି ବରଂ ଖରାପ ବ୍ୟବହାର କରିଥିବାର ଅଭିଯୋଗ ଆଣିଛନ୍ତି ଥାଲୁକୁଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଆନନ୍ଦ ବାରିକ । ଯାହା ଫଳରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଦଶରଥପୁର ବ୍ଲକରେ ଚାଲଥିବା ଅଭିଯୋଗ ଶୁଣାଣି  ପ୍ରକୋଷ୍ଠରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେବା ସହ ଶିକ୍ଷା ଅଧିକାରୀଙ୍କୁ ଘେରିଛନ୍ତି । ସାତ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ଏବଂ ଏଥିପାଇଁ ଜିଲ୍ଲା ଶିକ୍ଷାଧିକାରୀ ଦାୟୀ ରହିବେ ବୋଲି ଗ୍ରାମବାସୀ  କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.