ରୁଚିକା ଆତ୍ମହତ୍ୟା ଘଟଣା: ଭଦ୍ରକରେ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

Published By : Prameya-News7 Bureau | July 05, 2022 IST

ଭଦ୍ରକ ୦୫/୦୭ : କଲେଜ ଛାତ୍ରୀ ରୁଚିକା ମୃତ୍ୟୁ ଘଟଣା ରେ ପ୍ରତିବାଦର ସ୍ୱର ବଢିବାରେ ଲାଗିଛି। ଭଦ୍ରକର ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ କଲେଜ ଛାତ୍ର ଓ କେତେକ ଛାତ୍ର ସଂଗଠନ ଏନେଇ ପ୍ରତିବାଦ କରିଛନ୍ତି। କଲେଜରେ ଥିବା ଆଣ୍ଟି ରେଗିଂ ସେଲ୍‌ ଥାଇ ମଧ୍ୟ ରେଗିଂ ହେଉଥିବାରୁ ଏ ନେଇ ଛାତ୍ର ଛାତ୍ରୀମାନେ ଚିନ୍ତାଶୀଳ ହୋଇଛନ୍ତି।

ରୁଚିକା ମୃତ୍ୟୁ ଘଟଣାରେ ମାନସିକ ନିର୍ଯାତନା ଦେଇଥିବା ଛାତ୍ରୀଙ୍କୁ ଗିରଫ ପାଇଁ ଦାବି ଏଙଇ ପ୍ରତିବାଦରେ ଦାବୀ କରାଯାଇଛି। ତେବେ ବିଭିନ୍ନ କଲେଜର ରେଗିଂ ରୋକିବା ପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ଦାବି ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ସେମାନେ କଲେଜ କର୍ତ୍ତୃପକ୍ଷ ଓ ହଷ୍ଟେଲ ୱାର୍ଡେନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.