ହାଇସ୍କୁଲ ପଛପଟୁ ମିଳିଲା ଛାତ୍ରଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | August 02, 2022 IST

ସୁନ୍ଦରଗଡ଼ ୨।୮: ହାଇସ୍କୁଲ ପଛପଟୁ ମିଳିଲା ଛାତ୍ରଙ୍କ ମୃତଦେହ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ହେମଗିରି ବ୍ଲକ୍ ଗର୍ଜନବାହାଲ ହାଇସ୍କୁଲ ପଛପଟେ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପୋଲିସ ଖବର ପାଇ ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ପୋଲିସ ପକ୍ଷରୁ ଏକ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମାମଲାର ଛାନଭିନ କରୁଛି । ତେବେ ମୃତ ଛାତ୍ରଙ୍କ ପରିଚୟ ପ୍ରସାଦ ଖଣ୍ଡା ବୋଲି ଜଣାପଡିଛି । ଗର୍ଜନବହଲ ହାଇସ୍କୁଲ ଛାତ୍ରାବାସରେ ରହି ପାଠ ପଢୁଥିଲେ ପ୍ରସାଦ । ଛାତ୍ରଙ୍କର ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.