ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ପାଚେରୀ ଡେଇଁ ପଳାଇଗଲେ ୧୩ ଅନ୍ତେବାସୀ, କିଛିଙ୍କୁ ଭୁବନେଶ୍ବରରେ ଠାବକଲା କମିଶନରେଟ୍ ପୋଲିସ

7/01/2020 at 11:34 AM

ବ୍ରହ୍ମପୁର ୭।୧: ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ କେଉଁଆଡେ ପଳାଇଯାଇଛନ୍ତି ୧୩ ଜଣ ଅନ୍ତେବାସୀ । ବିଳମ୍ବିତ ରାତିରେ ବାଳାଶ୍ରମରୁ କେଉଆଡେ ପଳାଇ ଯାଇଥିବା ବାଳାଶ୍ରମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅସୁରକ୍ଷିତ ସୀମା ଯୋଗୁଁ ପାଚେରୀ ଡେଇଁ ପଳାଇଥିବା ସେ କହିଛନ୍ତି ।

କିନ୍ତୁ ବାଳାଶ୍ରମର ଚାରିପଟେ ପାଚେରୀ ଥିବା ସ୍ଥିତି ଅନୁଧ୍ୟାନରୁ ଜଣାପଡିଛି । ତେବେ ପିଲାମାନେ କୁଆଡେ ଯାଇଛନ୍ତି ସେ ନେଇ କୌଣସି ପତ୍ତା ମିଳିନଥିବା ବେଳେ କେଉଁ ପରିସ୍ଥତିରେ ଗାଏବ୍ ହୋଇଛନ୍ତି ତାହାର ତଦନ୍ତ କରୁଛି ପୋଲିସ । ଘଟଣା ପ୍ରଘଟ ହେବା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ଉପଜିଲ୍ଲାପାଳଙ୍କ ସୂଚନା ଅନୁସାରେ ସେମାନଙ୍କ ମଧ୍ୟରୁ କିଛି ଅନ୍ତେବାସୀଙ୍କୁ ଭୁବନେଶ୍ବରରେ ଠାବ କରାଯାଇଛି । କମିଶନରେଟ୍ ପୋଲିସ ହେପାଜତରେ ଅନ୍ତେବାସୀମାନେ ଥିବା ସେ ସୂଚନା ଦେଇଛନ୍ତି । ତେବେ ସେମାନଙ୍କୁ ଫେରାଇ ନେବାପାଇଁ ବ୍ରହ୍ମପୁରରୁ ପ୍ରଶାସନିକ ଅଧିକାରୀ, ଉତ୍କଳ ବାଳାଶ୍ରମର କର୍ମକର୍ତ୍ତା ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ଆସିବେ ବୋଲି ଜଣାପଡିଛି । ତେବେ ଅନ୍ୟ ଅନ୍ତେବାସୀମାନେ କେଉଁଆଡେ ଚାଲିଯାଇଛନ୍ତି । ସେମାନଙ୍କୁ ଖୁବ୍ ଶୀଘ୍ର ଠାବ କରାଯିବ ବୋଲି ଜଣାପଡିଛି ।

ପୂର୍ବରୁ ମଧ୍ୟ ବାଳାଶ୍ରମରୁ କିଛି ଅନ୍ତେବାସୀ କେଉଁଆଡେ ପଳାଇଯାଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ କିଛି ଜଣ ଏବେବି ନିଖୋଜ ଅଛନ୍ତି ।

   Related Posts