କୋଟାରୁ ସ୍ୱତନ୍ତ୍ର ବସ୍ ଯୋଗେ ଝାରସୁଗୁଡା ବାହାରିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | May 01, 2020 IST

ଝାରସୁଗୁଡା, ୦୧|୦୫:  ରାଜସ୍ଥାନର କୋଟାରୁ ଆଜି ୬୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡା ବାହାରିଲା ସ୍ଵତନ୍ତ୍ର ବସ।ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ପରେ ଝାରସୁଗୁଡା ଜିଲ୍ଲା ପ୍ରଶାସନ ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି।

କୋଟାରୁ ଫେରୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖିବାକୁ ବେଲପାହାଡ଼ କଲେଜରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଅଭିଭାବକ ମାନେ ୧୪ଦିନ ପର୍ଯ୍ୟନ୍ତ ନିଜ ପିଲାମାନଙ୍କୁ ନ ଭେଟି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି।ଶୁକ୍ରବାର ଦିନ ସାଢେ ୧୧ଟାରେ କୋଟାରୁ ବସ ବାହାରିଛି । ଫଳରେ ଲକଡାଉନ୍ ମଧ୍ୟରେ ଝାରସୁଗୁଡା ଜିଲ୍ଲାର ଛାତ୍ରଛାତ୍ରୀ ମାନେ ନିଜ ଘରକୁ ଫେରିବାରେ ସଫଳ ହେବେ । ଏହାକୁ ନେଇ ଅଭିଭାବକମାନେ ନେଇ ରାଜସ୍ଥାନ ସରକାର ଏବଂ ଓଡିଶା ସରକାରଙ୍କୁ ଧନ୍ୟବାଦ ଦେବାସହ ସେମାନଙ୍କୁ ଫେରାଇ ଆଣିବାରେ ସହାୟତା କରିଥିବା ଯୋଗୁଁ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି।

କୋଟାରୁ ଆସି ଛାତ୍ରଛାତ୍ରୀମାନେ କ୍ୱାରେଣ୍ଟାଇନରେ ରହିବେ ବୋଲି ମଧ୍ୟ କହିଛନ୍ତି।କୋଟାରୁ ଫେରୁଥିବା ଛାତ୍ରଛାତ୍ରୀ ଙ୍କ ସମସ୍ତ ଖର୍ଚ୍ଚ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ବହନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.