ସସ୍‌ପେଣ୍ଡ 'ସାର୍'ଙ୍କ ସପକ୍ଷରେ ବାହାରିଲେ ଅଭିଭାବକ ଓ ଛାତ୍ରଛାତ୍ରୀ, ଦେଲେ ଧାରଣା

Published By : Prameya-News7 Bureau | January 21, 2020 IST

ଘଟଗାଁ ୨୧।୧: ଛାତ୍ରଛାତ୍ରୀଙ୍କୁ ଆଣ୍ଠେଇ ନିର୍ଦ୍ଧୁମ ମାଡ ମାରିଲେ ଶିକ୍ଷକ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପିଟାଟାଙ୍ଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏହି ଘଟଣା ଅତି ସମ୍ବେଦନଶୀଳ । ଶିକ୍ଷକ ରତି ନାରାୟଣ ରାଉତଙ୍କ ନିଲମ୍ବନକୁ ନେଇ ପିଟାଟାଙ୍ଗର ଗାଁରେ ଉତ୍ତେଜନା ଦେଖାଦେଇଛି । ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଶିକ୍ଷକଙ୍କ ସପକ୍ଷରେ ରାସ୍ତାକୁ ଓହ୍ଲାଇଲେ । ସ୍କୁଲକୁ ବନ୍ଦ କରିବା ସହ ହରିଚନ୍ଦନପୁର-ବଡପଳାଶପାଳ ରାସ୍ତାକୁ ଅବରୋଧ କରିଲେ । ନିଲମ୍ବନ ଆଦେଶ ପ୍ରତ୍ୟାହାର କରାନଯିବା ଯାଏଁ ସ୍କୁଲ୍ ବନ୍ଦ କରିବାକୁ ଜିଦ୍ ଧରି ବସିଛନ୍ତି ସ୍ଥାନୀୟ ଲୋକେ ।

{"id":214150,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିଦ୍ୟାଳୟର ଶିକ୍ଷକ ରତି ନାରାୟଣ ରାଉତ ପାଠ ପଢାଇବା ସମୟରେ କିଛି ଛାତ୍ରଛାତ୍ରୀ ଉତ୍ତର ଦେଇ ପାରିନଥିଲେ । ପିଲାଙ୍କୁ ପିଣ୍ଢାରେ ଆଣ୍ଠେଇ ଦେଇଥିଲେ । ହେଲେ ଏହା କେବଳ ସେଇଠି ଅଟକି ନଥିଲେ । ଶିକ୍ଷକଙ୍କ ମୁଣ୍ଡକୁ ରାଗ ଚଢି ଯାଇଥିଲା । ପିଲାଙ୍କୁ ଗୁଡେଇ ତୁଡେଇ ମାଡ ମାରିବାରେ ଲାଗିଥିଲେ ।

{"id":214151,"sizeSlug":"large"}

ଗଣମାଧ୍ୟମରେ ଏ ନେଇ ଗତକାଲିଠାରୁ ଖବର ପ୍ରସାରଣ ପରେ ଗାଁ ଲୋକେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି । ଗାଁ ଲୋକଙ୍କ କହିବା କଥା ଯେଉଁ ସାର ପିଲାଙ୍କୁ ମାରିଛନ୍ତି ତାଙ୍କର କିଛି ଭୁଲ୍ ନାହିଁ । ଆମ ପିଲା ପାଠ ପଢୁନଥିଲେ, ଦୁଷ୍ଟ ହେଉଥିଲେ । ତେଣୁ ଆମେ ସାରଙ୍କୁ କହିଥିଲୁ ସେମାନଙ୍କୁ ବାଟକୁ ଆଣିବା ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.