scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶିକ୍ଷକ ବଦଳି ପ୍ରତିବାଦ, ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ

11/08/2023 at 3:16 PM

ମାର୍ଶାଘାଇ ୧୧।୮: ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଅଭାବ ଥିବା ବେଳେ ସେହି ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ବଦଳି କରିବା ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ । ବିଦ୍ୟାଳୟ ଫାଟକରେ ତାଲା ପକାଇ ଫାଟକ ଆଗରେ ଧାରଣାରେ ବସିଲେ ଅଭିଭାବକ ଏବଂ ଛାତ୍ରଛାତ୍ରୀ ।

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ବେରୁଆଁ ପ୍ରାଥମିକ ବିଦ୍ୟାଳୟରେ ୫ଟି ଶ୍ରେଣୀରେ ୬୫ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୨ ଜଣ ଶିକ୍ଷକ ଅଛନ୍ତି । ସେଥିମଧ୍ୟରୁ ଜଣେ ଶିକ୍ଷକଙ୍କୁ ବଦଳି କରାଯାଇଛି । ଶିକ୍ଷକଙ୍କ ବଦଳି ପରେ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ଅଭିଭାବକମାନେ ଏକତ୍ରିତ ହୋଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଫାଟକ ଆଗରେ ଧାରଣାରେ ବସିଛନ୍ତି । ଫଳରେ ବିଦ୍ୟାଳୟ ପରିସରରେ ଥିବା ମାଧ୍ୟମିକ ବିଦ୍ୟାଳୟ ମଧ୍ୟ ବନ୍ଦ ହୋଇଯାଇଛି । ଅଭିଭାବକମାନେ କୈଣସି ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ବିଦ୍ୟାଳୟ ଫାଟକ ମଧ୍ୟକୁ ଯିବାକୁ ଦେଇନାହାନ୍ତି । ଯେପର୍ଯ୍ୟନ୍ତ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ସେହି ବିଦ୍ୟାଳୟରେ ଅବସ୍ଥାପିତ କରାନଯିବ ସେହି ପର୍ଯ୍ୟନ୍ତ ଧାରଣ ଜାରି ରହିବ ବୋଲି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ କହିଛନ୍ତି ।

You Can Read :

   Related Posts