ପ୍ରବଳ ବର୍ଷାରେ ୫ କିଲୋମିଟର ଚାଲିଲେ ଛାତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଲେ ଗୁହାରୀ

Published By : Prameya-News7 Bureau | July 17, 2023 IST

ଜି.ଉଦୟଗିରି ୧୭/୦୭: ବର୍ଷା ସତ୍ୱେ ୫ କିମି ଚାଲିଲେ ଛାତ୍ରୀ । ଜି.ଉଦୟଗିରି ବ୍ଲକରେ କନ୍ଧମାଳ ଜିଲ୍ଲାପାଳ, ବାଲିଗୁଡ଼ା ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଲେ ଗୁହାରୀ । ହାତରେ ପ୍ଲାକାଡ ଧରି ଛାତ୍ରୀମାନେ ଧାରଣ ସହ ବିକ୍ଷୋଭ କରିଛନ୍ତି । ଶିକ୍ଷକ ମାନଙ୍କ ପାଠପଢା ବନ୍ଦ କରିବା, ମଧ୍ୟାହ୍ନ ଭୋଜନ ବନ୍ଦ କରିବା ଆଦି ଦାବିରେ ଛାତ୍ରୀମାନେ ଜି ଉଦୟଗିରି ବ୍ଲକ ସମ୍ମୁଖରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ସୂଚନା ଥାଉକି, ଦୀର୍ଘ ପାଞ୍ଚ ମାସ ହେବ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଦରମା ମିଳିନଥିବାରୁ ଶିକ୍ଷକ ମାନେ ପାଠ ବନ୍ଦ କରି କେବଳ ବିଦ୍ୟାଳୟରେ ବସି ରହିଛନ୍ତି । ରନ୍ଧା ଖାଦ୍ୟ ବି ଦେବା ବନ୍ଦ କରାଯାଇଛି । ଏଣୁ ଛାତ୍ରୀ ମାନେ, ବିଶେଷ କରି ଦଶମ ଶ୍ରେଣୀ ଛାତ୍ରୀ ମାନେ ବର୍ଷାରେ ଭିଜି ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜି ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରହିଛି । ଏଣୁ ଛାତ୍ରୀ ମାନେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.