ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୱ୍ୟାଳୟ ଛାତ୍ର ସଂସଦ ପାଇଁ ହେବନି ନିର୍ବାଚନ
29/09/2018 at 8:56 PM

ଭୁବନେଶ୍ୱର ୨୯/୯: ଆସନ୍ତା ଅକ୍ଟୋବର ୧୧ ତାରିଖରେ ହେବନି ଉତ୍କଳ ବିଶ୍ୱବିଦ୍ୱ୍ୟାଳୟ ଛାତ୍ର ସଂସଦ ନିର୍ବାଚନ । ବାଣୀବିହାରରେ ଲଗାତାର ଛାତ୍ର ଅଶାନ୍ତି ଲାଗି ରହୁଥିବାରୁ ଛାତ୍ର ସଂସଦ ନିର୍ବାଚନ ନକରିବା ପାଇଁ ପି.ଜି କାଉଁସିଲର ବୈଠକରେ ନିଷ୍ପତ୍ତି ହୋଇଛି । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାପରେ ଆଜି ଉତ୍କଳ ବିଶ୍ୱବିଦ୍ୱ୍ୟାଳୟ ପି.ଜି କାଉଁସିଲର ବୈଠକ ଅନୁଷ୍ଠିତ ହୋଇଥିଲା । କୁଳପତି ଡ: ସୌମେନ୍ଦ୍ର କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପି.ଜି କାଉଁସିଲ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ ଛାତ୍ର ସଂସଦ ଉପଦେଷ୍ଟା ବସନ୍ତ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023