ପରୀକ୍ଷା ଦେବାରୁ ବଞ୍ଚିତ ଛାତ୍ରଙ୍କ ଚରମ ନିଷ୍ପତ୍ତି; ପରିବାର ପାଇଁ ଛାଡ଼ିଲେ ଭାବୁକ ଭରା ଶେଷ ଚିଠି

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ ୦୧।୦୩: ହାଇଦ୍ରାବାଦରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଛାତ୍ର ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିନଥିବାରୁ ଆତ୍ମହତ୍ୟା କରିଥିଲେ। ଏହା ସହିତ ସେ ତାଙ୍କ ବାପାଙ୍କ ପାଇଁ ଏକ ଭାବପ୍ରବଣ ନୋଟ୍ ଛାଡିଥିଲେ । ପୋଲିସ କହିଛି ଯେ ମଙ୍ଗୁରଲା ଗାଁର ୧୭ ବର୍ଷୀୟ ଛାତ୍ର ଇଣ୍ଟରମିଡିଏଟ ପରୀକ୍ଷା ଦେବାର ଥିଲା । କିନ୍ତୁ ବିଳମ୍ଵରେ ୯.୧୫ ରେ ଆଦିଲାବାଦ ସହରରେ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ସେ ପରୀକ୍ଷା ଦେଇପାରିନଥିଲେ। ଏଥିପାଇଁ ତାଙ୍କୁ ବହୁତ କଷ୍ଟ ହୋଇଥିଲା । ଯାହାଫଳରେ ସେ ଆତ୍ମହତ୍ୟା କରିଥିଲେ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଛାତ୍ରଙ୍କ ନାମ ଟେକୁମ ଶିବ କୁମାର। ଯିଏ ଜୈନାଥ ମଣ୍ଡଳର ମଙ୍ଗୁରଲା ଗାଁର ବାସିନ୍ଦା । ଟେକମ୍ ଶିବ କୁମାର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଟିକେ ବିଳମ୍ବ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ପରୀକ୍ଷାରେ ହଲ୍‌ରେ ବସିବାକୁ ଅନୁମତି ଦିଆଯାଇ ନଥିଲା । ତେଲେଙ୍ଗାନା ଇଣ୍ଟରମିଡିଏଟ୍‌ ବୋର୍ଡର ଏକ ନିୟମ ଅଛି ଯେ ପରୀକ୍ଷାର୍ଥି ଗୋଟିଏ ମିନିଟ୍ ବିଳମ୍ବରେ ପହଞ୍ଚିଲେ , ସେମାନଙ୍କୁ ପରୀକ୍ଷା ହଲ୍‌ରେ ହେବାକୁ ଅନୁମତି ମିଳିବ ନାହିଁ ।  ପୋଲିସ କହିଛି ଯେ ଛାତ୍ର ଜଣକ ପରୀକ୍ଷା ଦେଇ ନପାରିବାରୁ ନିଜ ଗାଁକୁ ଫେରୁଥିବା ବେଳେ ଏକ କେନାଲକୁ ଡେଇଁପଡି ଥିଲେ। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ।  

ଛାତ୍ରଙ୍କ ଦ୍ୱାରା ଲିଖିତ ଏକ ଆତ୍ମହତ୍ୟା ନୋଟରେ କୁହାଯାଇଛି ଯେ ସେ ପରୀକ୍ଷାରେ ବିଳମ୍ବ ଥିବାରୁ ସେ ଏହି ଚରମ ପଦକ୍ଷେପ ନେଇଥିଲେ। ଛାତ୍ର ଲେଖିଛନ୍ତି, 'ମୋତେ କ୍ଷମା କର ବାପା, ମୁଁ ଏହି ଝଟକାରୁ ବାହାରି ପାରିବି ନାହିଁ। ତୁମେ ମୋ ପାଇଁ ବହୁତ କିଛି କରିଛ କିନ୍ତୁ ମୁଁ ତୁମ ପାଇଁ କିଛି କରି ପାରୁ ନାହିଁ। ମୁଁ କେବେ ଏତେ ଖରାପ ଅନୁଭବ କରି ନାହିଁ । ପ୍ରଥମ ଥର ପାଇଁ ପରୀକ୍ଷା ଦେଇ ନପାରିବାରୁ ବହୁତ ଖରାପ ଲାଗୁଛି ।  ପାପା ପ୍ଲିଜ୍ ମୋତେ କ୍ଷମା କର…'

wp:embed {"url":"https://www.prameyanews7.com/paytm-payments-bank-to-discontinue-inter-company-pacts-to-reduce-dependencies/","type":"wp-embed","providerNameSlug":"prameya-news-7"}
https://www.prameyanews7.com/paytm-payments-bank-to-discontinue-inter-company-pacts-to-reduce-dependencies/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.