ସାମାନ୍ୟ ବିଳମ୍ବରେ ପହଞ୍ଚିଲେ ଛାତ୍ର, ପରୀକ୍ଷା ଦେବାକୁ ଛାଡିଲେନି ସୁପରିଟେଣ୍ଡେଣ୍ଟ

Published By : Prameya-News7 Bureau | February 26, 2020 IST

ସୁବର୍ଣ୍ଣପୁର ୨୬।୨: ସାମାନ୍ୟ ବିଳମ୍ବ ହେବାରୁ ମାଟ୍ରିକ ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ର । ସୁବର୍ଣ୍ଣପୁର ଜିଲ୍ଲା ଲୁତୁରପଙ୍କ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପହଞ୍ଚି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ଅମରପାଲି ହାଇସ୍କୁଲର ଛାତ୍ର ଜିତୁ କର୍ମୀ ।

{"id":229451,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାଟ୍ରିକ୍ ପରୀକ୍ଷା ଚାଲିଥିବା ବେଳେ ଆଜି ଗଣିତ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । ତେବେ ଗଣିତ ପରୀକ୍ଷା ଦେବାକୁ ଯିବାବେଳେ ଜଣେ ଛାତ୍ରଙ୍କ ସାଇକେଲ ଚକା ଫାଟି ଯିବାରୁ ପରୀକ୍ଷା କେନ୍ଦ୍ରରେ ଟିକିଏ ବିଳମ୍ବରେ ପହଞ୍ଚିଥିଲେ । ହେଲେ ପରୀକ୍ଷା କେନ୍ଦ୍ରରେ ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ତାଙ୍କୁ ପରୀକ୍ଷା ଦେବାକୁ ମନା କରିଥିଲେ ।

{"id":229452,"sizeSlug":"large"}

ପରେ ଅଧ ଘଣ୍ଟା ବିଳମ୍ବରେ ଆସିଥିବା ଏକ ଲେଖାରେ ଦସ୍ତଖସ୍ତ କରିବାକୁ କହିଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି । ତେବେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ତିଆରି କରୁଥିବା ଶିକ୍ଷକମାନେ ଏତେ ନିଷ୍ଠୁର ହୋଇ ଛାତ୍ରଛାତ୍ରୀଙ୍କୁ ସାମାନ୍ୟ ବିଳମ୍ବ ପାଇଁ ପରୀକ୍ଷାରୁ ବଞ୍ଚିତ କରାଇବା କେତେ ଯୁକ୍ତି ଯୁକ୍ତ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.