ନୀଳଗିରି କଲେଜରେ ଛାତ୍ର ଅଶାନ୍ତି,: କଲେଜ ପରିସରରେ ବୋମା ମାଡ଼
1/10/2018 at 12:59 PM

ବାଲେଶ୍ଵର ୧/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି କଲେଜ ପରିସରରେ ଆଜି ଛାତ୍ର ଅଶାନ୍ତି ଦେଖାଦେଇଛି। ପରିସରରେ ମଧ୍ୟ ବୋମାମାଡ ହୋଇଛି। ଆସନ୍ତା ୧୧ ତାରିଖରେ କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ନୋଟିଫିକେସନ ଓ ଫର୍ମ ବିକ୍ରି କରାଯିବାକୁ ଥିବାବେଳେ କିଛି ଛାତ୍ର ବୋମାମାଡ଼ କରିଥିଲେ। ଏପରିକି ବିସିଆରରେ ପଶି କବାଟ ଝରକା ଭାଙ୍ଗିଦେଇଛନ୍ତି। କଲେଜରେ ଆତଙ୍କ ଖେଳିଯାଇଥିବା ବେଳେ କଲେଜକୁ ଛୁଟି କରିଦିଆଯାଇଛି। କଲେଜ ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ କଲେଜର ଅଧକ୍ଷ ଡାକିଥିବାବେଳେ ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଛି।
Related Posts
ବିପୁଳ ପରିମାଣର ଗଞ୍ଜେଇ ଜବତ; ୪ ଚୋରା ଚାଲାଣକାରୀ ଗିରଫ
5 July 2022