ଏମିତି ଜଣେ ଛାତ୍ର; ଫ୍ଲାଇଟ୍‌ରେ ଯାଆନ୍ତି କଲେଜ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | February 24, 2024 IST

ନୂଆଦିଲ୍ଲୀ ୨୪।୦୨: ସ୍କୁଲ୍‌ ହେଉ କି କଲେଜ୍‌ । ସମସ୍ତେ ଚାଲିକି କିମ୍ବା ଗାଡିରେ ଯାଆନ୍ତି । କିନ୍ତୁ କେବେ ଶୁଣିଛନ୍ତି କେହି  ଫ୍ଲାଇଟ୍‌ରେ କଲେଜ ଯିବା । ବୋଧେ ଏପରି ବହୁତ କମ୍ ଶୁଣିବାକୁ ମିଳେ । କିନ୍ତୁ ଏପରି କିଛି କରି ଚର୍ଚ୍ଚାରେ ଅଛନ୍ତି କଲମ୍ବିଆ ୟୁନିଭରସିଟିର ଜଣେ ଛାତ୍ର । ଯୁବକ ଜଣକ ଫ୍ଲାଇଟ୍‌ରେ କଲେଜ ଯାଆନ୍ତି ଆଉ ନିଜ କ୍ଲାସ୍‌ ସାରି ଘରକୁ ଫେରି ଆସନ୍ତି । କଥା ଟି ଶୁଣିଲେ ନିଶ୍ଚୟ ତାଜୁବ ଲାଗୁଥିବ । କିନ୍ତୁ ଛାତ୍ର ଜଣକ ନିଜେ ଏହି କଥାର ଖୁଲାସା କରିଛନ୍ତି ।

{"id":913117,"sizeSlug":"full","linkDestination":"none"}

ତାଙ୍କର କହିବା କଥା ହେଉଛି ଏପରି କରିବା ଦ୍ବାରା ଟଙ୍କା ବଞ୍ଚୁଛି ଏବଂ ଅଧିକ ସମୟ ବି ଖର୍ଚ୍ଚ ହେଉନି । ତେବେ ଘଟଣାଟି ବ୍ରିଟିଶର କଲମ୍ବିଆ ୟୁନିଭରସିଟିରୁ ସାମ୍‌ନାକୁ ଆସିଛି । ୟୁବିସିର ଜଣେ ଛାତ୍ର ଘରଭଡ଼ା ନଦେବା ପାଇଁ ଏପରି କିଛି କରିଛନ୍ତି । ସବୁଠାରୁ ଖାସ୍‌ କଥା ହେଉଛି ସେ ସପ୍ତାହରେ ମାତ୍ର ୨ଥର କଲେଜକୁ ବିମାନରେ ଯାଉଥିଲେ । ଛାତ୍ର ଜଣକ ହେଉଛନ୍ତି ଟିମ୍ ଚେନ୍ । ସେ କାନାଡାର କେଲଗରୀର ବାସିନ୍ଦା ।

{"id":913118,"sizeSlug":"full","linkDestination":"none"}

ଟିମ୍ ଚେନ୍‌ଙ୍କ କହିବା କଥା ଭାନକୋଭରରେ ମାସିକ ଭଡ଼ା ଦେବା ଅପେକ୍ଷା ବିମାନରେ ଯାତାୟାତ କରିବା ଶସ୍ତା ।  ତାଙ୍କର ସପ୍ତାହକୁ ୨ଟି କ୍ଲାସ୍‌ ରହିଥାଏ । ତେଣୁ ସେ ଫ୍ଲାଇଟ୍‌ରେ ଆସି କ୍ଲାସ୍‌ କରି ଫେରିଯାଆନ୍ତି । ଏପରି କରିବା ଦ୍ବାରା ତାଙ୍କର ବହୁତ ଟଙ୍କା ସଞ୍ଚୟ ହୋଇଥାଏ । କେଲଗରୀ ଠାରୁ ଭାନକୋଭର ଦୂରତା ୯୭୨ କିଲୋମିଟର ।

{"id":913119,"sizeSlug":"full","linkDestination":"none"}

ଏଥିପାଇଁ ଟିମ୍‌ ଚେନ୍‌ ଫ୍ଲାଇଟ୍‌ରେ କଲେଜ ଗଲେ ମାସିକ ପ୍ରାୟ ୧୨୦୦ ଡଲାର୍ ଖର୍ଚ୍ଚ କରିଥା’ନ୍ତି । ଯାହା କି ଭାରତୀୟ ଟଙ୍କାରେ ୯୯ ହଜାର ୬୩୧ ଟଙ୍କା । ହେଲେ ସେଠାରେ ସେ ଯଦି ଏକ ଆପାର୍ଟମେଣ୍ଟକୁ ଭଡାରେ ନିଅନ୍ତି ତେବେ ତାଙ୍କୁ ଦେବାକୁ ପଡିଥାନ୍ତା ପ୍ରାୟ ୨୧ଶହ ଡଲାର । ଯାହାର ଭାରତୀୟ ମୂଲ୍ୟ ଏକ ଲକ୍ଷ ୭୪ ହଜାର ୩୫୮ ଟଙ୍କା । ସେଥିପାଇଁ ସେ ରୁମ୍‌ ଭଡା ନେବା ଅପେକ୍ଷା ଫ୍ଲାଇଟ୍‌ରେ ଯାଆନ୍ତି କଲେଜ ।

{"id":913120,"sizeSlug":"full","linkDestination":"none"}

ଟିମ୍ କହିଛନ୍ତି ସବୁବେଳେ ସେ ଏୟାର କାନାଡାର ଫ୍ଲାଇଟ୍‌ ବୁକ୍‌ କରନ୍ତି । ଜାନୁୟାରୀରେ ସେ ମୋଟ ୭ଥର କ୍ଲାସ୍‌ ପାଇଁ ଭାନକୋଭ ଯାଇଛନ୍ତି । ସେ ଦେଖିଥିଲେ ଯେ ସେଠାରେ ରୁମ ନେଇ ରହିବା ଅପେକ୍ଷା ପ୍ଲେନ୍‌ରେ ଯିବା ଆସିବା ବହୁତ ଶସ୍ତା ।  ଏଣୁ ଫ୍ଲାଇଟ୍‌ରେ ଯିବା ଆସିବା କରିବା ଦ୍ବାରା ସେ ତାଙ୍କ ପରିବାର ସହ ରହିବାର ସୁଯୋଗ ପାଇବା ସହ ଟଙ୍କା ମଧ୍ୟ ସଞ୍ଚୟ କରୁଛନ୍ତି ।

You Can Read:

wp:embed {"url":"https://www.prameyanews7.com/indias-smartest-thief-stole-1000-cars-became-judge-fake-documents-released-2000-criminals/","type":"wp-embed","providerNameSlug":"prameya-news-7"}
https://www.prameyanews7.com/indias-smartest-thief-stole-1000-cars-became-judge-fake-documents-released-2000-criminals/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.