suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଧ୍ୟପ୍ରଦେଶ ମୁରୈନାରେ ଦୁର୍ଘଟଣା, ଏୟାରଫୋର୍ସର ସୁଖୋଇ-୩୦ ଓ ମିରାଜ୍-୨୦୦୦ ଫାଇଟର ଜେଟ୍ କ୍ରାସ୍
  • ||
  • ଜେରୁଜେଲମ୍‌ରେ ପ୍ରାର୍ଥନାସ୍ଥଳରେ ଆତଙ୍କୀ ହମଲା, ଗୁଳିମାଡ଼ରେ ୮ମୃତ
  • ||
  • କେନ୍ଦୁଝର: ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଗୁରୁତର
  • ||

ହତ୍ୟା ନା ଆତ୍ମହତ୍ୟା ? ଚଣ୍ଡିଖୋଲ ବିଦ୍ୟାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ବାଲିଚନ୍ଦ୍ରପୁର ଥାନା ପୋଲିସ

18/12/2022 at 2:02 PM

ଚଣ୍ଡିଖୋଲ ୧୮/୧୨:  ଚଣ୍ଡିଖୋଲରେ ଅଭାବନୀୟ ଘଟଣା । ଚଣ୍ଡିଖୋଲ ବିଦ୍ୟାଳୟ ପରିସରରୁ ଝୁଲନ୍ତା ଅବସ୍ଥାରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ବଡ଼ବାଲିକୁଦା ବିଦ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ସୂଚନା ଅନୁଯାଇ, ବଡବାଲିକୁଦା ଗ୍ରାମର ପଙ୍କଜ ରାଉତଙ୍କ ଝିଅ ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲେ । ଶନିବାର ରାତିରୁ ଘରୁ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ  ଝିଅର କୌଣସି ଖବର ପାଇନଥିଲେ । ମାତ୍ର ରବିବାର ସକାଳୁ ବଡବାଲିକୁଦା ବିଦ୍ୟାଳୟ ପରିସରରୁ ଝିଅର ଝୁଲନ୍ତା ମୃତଦେହ ସ୍ଥାନୀୟ ଲୋକ । ପରେ ପୋଲିସକୁ ଖବର ଦେବା ସହିତ ପରିବାର ଲୋକଙ୍କୁ ଜଣାଇଥିଲେ । ବାଲିଚନ୍ଦ୍ରପୁର ପୋଲିସ ଘଟଣାସ୍ଥରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଜଣେ ଯୁବକଙ୍କ ସହିତ ଛାତ୍ରୀଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲେ । ପ୍ରେମ ସମ୍ପର୍କ ପାଇଁ ଝିଅକୁ ହତ୍ୟା କରାଯାଇଥିବା କହିଛନ୍ତି ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

   Related Posts