ଭଦ୍ରକ ୨୬/୧୧: ଭଣ୍ଡାରିପୋଖୀ ବ୍ଲକ ରାଜେନ୍ଦ୍ରପୁର ପଞ୍ଚାୟତ ଥଇରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉତ୍ତେଜନା । ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏଠି ପ୍ରଥମରୁ ଅଷ୍ଟମ ଯାଏ ୧୨୯ ଜଣ ପିଲା ପାଠ ପଢୁଛନ୍ତି । ହେଲେ ପଢାଇବା ପାଇଁ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ଶିକ୍ଷକ ନଥିବାରୁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନି । ବାଧ୍ୟ ହୋଇ ପିଲାଙ୍କ ସହ ଅଭିଭାବକ ମିଶି ଧାରଣାରେ ବସିଛନ୍ତି । ଶିକ୍ଷକ ନିଯୁକ୍ତି ନହେବା ଯାଏ ଧାରଣା ଜାରି ରହିବା ନେଇ ଚେତାବନୀ ଦିଆଯାଇଛି ।
ଦରବୃଦ୍ଧିକୁ ନେଇ ଗର୍ଜିଲା ସୁବର୍ଣ୍ଣପୁର କଂଗ୍ରେସ, ମୁ...