suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ ଦାବିରେ ଆନ୍ଦୋଳନ, ସ୍କୁଲ ଆଗରେ ବସିଲେ ଛାତ୍ରଛାତ୍ରୀ

14/09/2022 at 1:00 PM

କୋଣାର୍କ ୧୪।୦୯ : ରାସ୍ତାରୋକ କଲେ ଛାତ୍ରଛାତ୍ରୀ । ପୁରୀ ଜିଲ୍ଲା ଗୋପ ବ୍ଲକ ବନ୍ତୁଳିଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ରାସ୍ତାରୋକ କରିଛନ୍ତି । ସ୍କୁଲ ଗେଟରେ ତାଲା ପକାଇବା ସହ ବନ୍ତୁଳିଗ୍ରାମ ଠାରେ ରାସ୍ତା ଉପରେ ବସିରହିଛନ୍ତି ଛାତ୍ରଛାତ୍ରୀ ।ଯାହାଫଳରେ ଗୋପ ବାଳଘାଇ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଛି l

ଖବର ଅନୁଯାୟୀ, ଗୋପ ବ୍ଲକ ବନ୍ତୁଳିଗ୍ରାମ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ରହିଛି । ଏଠାରେ ମୋଟ ୪୦୭ ଛାତ୍ରଛାତ୍ରୀ ପାଠ ପଢନ୍ତି l କିନ୍ତୁ ଶିକ୍ଷକଙ୍କ ସଂଖ୍ୟା କମ ଥିବାର ୬ ମାସ ତଳେ ଆସିଥିବା ନୂତନ ପ୍ରଧାନ ଶିକ୍ଷକ ପିଲାଙ୍କ ଅଧିକାଂଶ କ୍ଲାସ ନେବା ସହିତ ଗଣିତ, ବିଜ୍ଞାନ ଓ ହିନ୍ଦୀ ମଧ୍ୟ ପଢ଼ାଇବା ସହ ପିଲାଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥାନ୍ତି ବୋଲି ଛାତ୍ରଛାତ୍ରୀ କୁହନ୍ତି l  ଏପଟେ ଆଉ ଅଳ୍ପ ଦିନ ପରୀକ୍ଷା ଥିବାରୁ ୬ ମାସ ଭିତରେ ପ୍ରଧାନ ଶିକ୍ଷକକୁ କିପରି ବଦଳି କରାଗଲା  । ସେଥିପାଇଁ ଛାତ୍ରଛାତ୍ରୀ ମାନେ ପ୍ରଧାନ ଶିକ୍ଷକଙ୍କ ତୁରନ୍ତ ବଦଳିକୁ ବାତିଲ କରାଯାଉ ବୋଲି ଜିଦ ଧରି ବସିଛନ୍ତି l

   Related Posts