ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ସ୍କୁଲରେ ନାହାଁନ୍ତି ଶିକ୍ଷକ, ଜିଲ୍ଲାପାଳଙ୍କ ଅଫିସରେ ଛାତ୍ରଛାତ୍ରୀ…

13/07/2022 at 12:49 PM

ସମ୍ୱଲପୁର ୧୩/୦୭: ହକ୍ ପାଇଁ ବାହାରିଲେ ଛାତ୍ରଛାତ୍ରୀ । ଚାଲିଚାଲି ଆସିଲେ ଜିଲ୍ଲାପାଳ ଅଫିସ । ତେବେ କାରଣ କଣ ଜାଣିଛନ୍ତି କି ? କାରଣଟି ହେଉଛି, ଶିକ୍ଷକ ନାହାଁନ୍ତି ବୋଲି ଜିଲ୍ଲାପାଳ ଅଫିସକୁ ଆସିଲେ ଶହ ଶହ ସଂଖ୍ୟାରେ ଛାତ୍ରଛାତ୍ରୀ । କେବଳ ଛାତ୍ରଛାତ୍ରୀ ନୁହଁନ୍ତି ତାଙ୍କ ସହ ଅଭିଭାବକ ବି ଆସି ବସିଛନ୍ତି । ଦାବି ଆମକୁ ନ୍ୟାୟ ଦରକାର ।

ସୂଚନା ଥାଉକି, ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ କେଉଁଟବେର୍ଣ୍ଣୀ ସ୍କୁଲରେ ଜଣେ ହେଲେ ଶିକ୍ଷକ ନାହାଁନ୍ତି । ଶେଷରେ ବାଧ୍ୟ ହୋଇ ଆସିଲେ ଜିଲ୍ଲାପାଳ ଅଫିସ୍ । ଛାତ୍ରଛାତ୍ରୀ ସମେତ ଅଭିଭାବକ ସମ୍ବଲପୁର ଜିଲ୍ଲାପାଳ ଅଫିସ ଆସି କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଛନ୍ତି ।

ସେହି ସ୍କୁଲରେ ପୂର୍ବରୁ ଜଣେ ଶିକ୍ଷକ ଥିବାବେଳେ ଗତ ୩୦ ତାରିଖରେ ଅବସର ନେଇଛନ୍ତି । ୧୩ ଦିନ ହେଲା କେବଳ ଭାତ ଡାଲି ଖାଇ ଫେରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ।

   Related Posts