ହାଇକୋର୍ଟରେ କେଜରିୱାଲଙ୍କ ଜାମିନ ମାଗିଲେ ଛାତ୍ର, ଲାଗିଲା ୭୫ ହଜାର ଟଙ୍କାର ଜରିମନା

Published By : Prameya-News7 Bureau | April 23, 2024 IST

ନୂଆଦିଲ୍ଲୀ ୨୩।୪: ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନିମନ୍ତେ ଜାମିନ ମାଗିବା ଆଇନ ଛାତ୍ରଙ୍କୁ ମହଙ୍ଗା ପଡିଛି। ଦିଲ୍ଲୀ ହାଇକୋର୍ଟ ଛାତ୍ରଙ୍କୁ ତାଗିଦ କରିବା ସହିତ ୭୫ ହଜାର ଟଙ୍କା ଜରିମନା ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ର ଭିଟୋ କ୍ଷମତା ବଳରେ ଏହି ଜାମିନ ନିବେଦନ କରିଥିଲେ। ଏଥିରେ ସେ ଜାତି ସଂଘର ସଦସ୍ୟକି ବୋଲି କୋର୍ଟ ଛାତ୍ରଙ୍କୁ ପଚାରିଥିଲେ। ଏହା ଛଡା କେଜରିୱାଲଙ୍କ ନିମନ୍ତେ ଜାମିନ ନିବେଦନ କରିବାକୁ ସେ କିଏ ବୋଲି ପ୍ରଶ୍ନ କରିଥିଲେ। 

ଦିଲ୍ଲୀ ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ମନମୋହନ ଓ ଜଷ୍ଟିସ୍ ମନମିତ ପିଏସ ଆରୋରାଙ୍କ ପୀଠ କହିଛନ୍ତି ଯେ କୋର୍ଟ ଅପରାଧିକ ମାମଲାରେ କେବଳ ଏଥି ପାଇଁ ଅସାଧାରଣ ଅନ୍ତରୀଣ ଜାମିନ ମଞ୍ଜୁର କରିପାରିବେନି କାରଣ ଅଭିଯୁକ୍ତ ବ୍ୟାକ୍ତି ଉଚ୍ଚ ପଦବୀରେ ଅଛନ୍ତି। ଆଇନ ନଜରରେ ସମସ୍ତେ ସମାନ। କେଜରିୱାଲ କୋର୍ଟଙ୍କ ବିଚାରପ୍ରକ୍ରିୟା ଅନୁସାରେ ହାଜତରେ ଅଛନ୍ତି। ସେ ତାଙ୍କୁ ମୁକୁଳାଇବା ପାଇଁ ଉପାୟ କରୁଛନ୍ତି। ଆବେଦନକାରୀଙ୍କ ପାଖରେ କେଜରିୱାଲଙ୍କ ନିମନ୍ତେ ଏପରି ବୟାନ ଦେବା ବା ବ୍ୟକ୍ତିଗତ ବଣ୍ଡ ଦେବା ଲାଗି ପାୱାର ଅଫ ଆଟର୍ଣ୍ଣି ନାହିଁ। 

ପୀଠ ଛାତ୍ରଙ୍କ ଓକିଲଙ୍କୁ କହିଥିଲେ ଯେ କେଜରିୱାଲ ଆପଣଙ୍କ ସହାୟତା ଚାହୁଁ ନାହାନ୍ତି। ଆପଣ କହୁଛନ୍ତି ଆପଣଙ୍କ ପାଖରେ ଭିଟୋ ପାୱାର ଅଛି। ଏହି କ୍ଷମତା ତୁମକୁ କେଉଁଠୁ ମିଳିଲା? ଏଥି ପାଇଁ ଆପଣ ଏକ ଆଫିଡେଭିଟ୍ ଦେଇପାରିବେ ଯେ କେଜରିୱାଲ ସାକ୍ଷକୁ ପ୍ରଭାବିତ କରିବେନି। ଆବେଦନରେ ଏହା କୁହାଯାଇଥିଲା ଯେ ଆବେଦନକାରୀ ତାଙ୍କ ‘ଭିଟୋ ଅଧିକାର’ ଉପଯୋଗ କରି କେଜରିୱାଲଙ୍କ ଜାମିନ ଦାବି କରୁଛନ୍ତି। 

ୱି ଦି ପ୍ୟୁପିଲ ଅଫ ଇଣ୍ଡିଆ ନାମରେ ଆବେଦନ ଦାଖଲ କରିଥିବା ଛାତ୍ର କହିଛନ୍ତି ଯେ ସେ ପ୍ରଚାର ଆବଶ୍ୟକ କରିନ୍ତିନି।  କେଜରିୱାଲ ଦୋଷୀ ହୋଇଥାଇ ପାରନ୍ତି ଓ ନୁହଁ ବି। ହେଲେ ଗତ ୩ଟି ତାରିଖରେ ଟ୍ରାୟଲ କୋର୍ଟ ଏହା ପ୍ରମାଣିତ କରିବାରେ ବ୍ୟସ୍ତ ଯେ ସେ ଜେଲରେ କଣ ଖାଇ ପାରିବେ କଣ ନୁହେଁ। ଏହା ଉପରେ ପୀଠ କହିଛନ୍ତି ଯେ ଆପଣଙ୍କ ଅନୁସାରେ କେହି ବିଚାରାଧୀନ ବନ୍ଦୀ ରହିବା ଉଚିତ ନୁହେଁ? ଯିଏ ପିଟିସନ ରୁଜୁ କରିଛନ୍ତି ସେ କଲେଜରେ ନିୟମିତ ଶ୍ରେଣୀକୁ ଯାଉଛନ୍ତି? ତାଙ୍କର ଉତ୍ତମ ଉପସ୍ଥିତି ଅଛି?ଏପରି ଲାଗୁଛି ସେ ଆଇନର ସିଦ୍ଧାନ୍ତକୁ ପାଳନ କରୁ ନାହାନ୍ତି। ଆପଣ ଏଇଆ ଭାବୁଛନ୍ତି ଯଦି ଆପଣ ରାଜନେତା ତେବେ ଆପଣଙ୍କୁ ଜେଲ ଯିବାକୁ ପଡିବନି?

ମାମଲାରେ କେଜରିୱାଲଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ବରିଷ୍ଠ ଓକିଲ ରାହୁଲ ମେହେରା କହିଛନ୍ତି ଯେ ଏହି ଆବେଦନ ଘାତକ। ଆପ ମୁଖ୍ୟ ତାଙ୍କ ଆଇନଗତ ଅଧିକାର ଲାଗୁ କରିବାକୁ ଓ ରକ୍ଷା କରିବାକୁ ପଦକ୍ଷେପ ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏପରି ଆବେଦନ ପୂର୍ବରୁ ମଧ୍ୟ କୋର୍ଟରେ ଅଗ୍ରାହ୍ୟ ହୋଇସାରିଛି। ଯେଉଁଥିରେ ୫୦ ହଜାର ଟଙ୍କା ଜରିମନାର ଶେଷ ଆବେଦନ ମଧ୍ୟ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.