Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର, ମେଡିକାଲରେ ଭର୍ତ୍ତି

15/09/2023 at 10:23 PM

ବାସୁଦେବପୁର: ଠିକା ଶିକ୍ଷକଙ୍କ ମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ର ଗୁରୁତର ହୋଇପଡ଼ିଛନ୍ତି। । ଗୁରୁତର ଛାତ୍ରଙ୍କୁ ପରିବାର ପକ୍ଷରୁ ଚିକିତ୍ସା ପାଇଁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ଜଗବନ୍ଧୁ ନୋଡାଲ ବିଦ୍ୟାପୀଠ ବିଦ୍ୟାଳୟରେ  ଘଟିଛି।  ଛାତ୍ର ଜଣକ ବିଦ୍ୟାଳୟର ଦଶମ ଶ୍ରେଣୀର ଦିବେନ୍ଦୁ ସ୍ଵାଇଁ ବୋଲି ଜଣାପଡିଛି ।

ଆଜି ବିଦ୍ୟାଳୟରେ ପାଠପଢା ଚାଲିଥିବା ବେଳେ କଲମର କେପ ଖସି ପଡ଼ିବା ପରେ ଛାତ୍ର ଜଣକ ଶ୍ରେଣୀ ଗୃହରେ ଦୁଷ୍ଟାମି କରିଥିଲେ। ଏହି ଘଟଣାକୁ ନେଇ ଶିକ୍ଷକ ମାଡ଼ ମାରିଥିଲେ। ଛୁଟି ହେବା ପରେ ପିଲାଟିର ଯନ୍ତ୍ରଣା ଅଧିକ ହେବାରୁ ପରିବାର ଲୋକ ତାକୁ ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଦିବେନ୍ଦୁର ଚିକିତ୍ସା ଜାରି ରହିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Also read- ଅକ୍ଟୋବର ପହିଲାରୁ ଲାଗୁ ହେବ ନୂଆ ନିୟମ, ଜନ୍ମ ପ୍ରମାଣପତ୍ର ହେବ ଏକକ ଦସ୍ତାବିଜ

   Related Posts