scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ : ଶିକ୍ଷକଙ୍କ ମାଡରେ ଛାତ୍ର ଆହତ

22/02/2020 at 4:16 PM

ନୂଆପଡା ୨୨/୨: ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ଦଣ୍ଡ । ଶିକ୍ଷକଙ୍କ ମାଡରେ ଛାତ୍ର ଆହତ । କେବଳ ଶାରୀରିକ ସ୍ତରରେ ନୁହେଁ, ମାନସିକ ଭାବେ ବି ଅସୁସ୍ଥ ହେ।ଇପଡିଛି ପିଲାଟି । ଭୟରେ ସ୍କୁଲ ଯିବାକୁ ରାଜି ହେଉନି । ଏମିତି ଏକ ଅଭାବନୀୟ ଖବର ଆସିଛି ନୂଆପଡାରୁ ।

ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର ।ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରକୁ ଦଣ୍ଡ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା ଲଖନା ପଞ୍ଚାୟତ ବେଲମୁଣ୍ଡିଆ ପଡା ପ୍ରାଥମିକ ବିଦ୍ୟାଳୟରେ ।ଶିକ୍ଷକଙ୍କ ମାଡରେ ଅସୁସ୍ଥ ଛାତ୍ର ୩ ଦିନ ହସପିଟାଲରେ ଚିକିତ୍ସା ହେବା ପରେ ଘରକୁ ଫେରିଛି । ଗତ ଶନିବାର ଶିକ୍ଷକଙ୍କୁ ନଜାଣାଇ ପରିସ୍ରା କରିବାକୁ ଯାଇଥିଲେ ଛାତ୍ର ଜଣକ। ଯେଉଁଥି ପାଇଁ ସାରଙ୍କ ମୁଣ୍ଡକୁ ପିତ୍ତ ଚଢିଯାଇଥିଲା ।ଆଉ ଯେ।ଗେଶଙ୍କୁ ମାଡ ମାରିଥିଲେ ଶିକ୍ଷକ । ସାରଙ୍କ ମାଡରେ ଅସୁସ୍ଥ ହେ।ଇପଡିଥିଲା ଯେ।ଗେଶ । ଗାଲ ଫୁଲିଯିବା ସହ ଜ୍ବର ହେ।ଇଯାଇଥିଲା । ଘର ଲେ।କ ତୁରନ୍ତ ତାକୁ ନୂଆପଡା ମୂଖ୍ୟ ଚିକିତ୍ସାଳୟ ଭର୍ତ୍ତି କରିଥିଲେ । ତେବେ ସୁସ୍ଥ ହେ।ଇ ଘରକୁ ଫେରିଛି ସତ କିନ୍ତୁ ସ୍କୁଲ ଯିବାକୁ ମଙ୍ଗୁନି ଯେ।ଗେଶ ।

ସେପଟେ ଘଟଣାରେ ତାଳି ପକାଇବାକୁ ପ୍ରୟାସ କରିଛି ସ୍କୁଲ ଶିକ୍ଷକ କମିଟି । ଗ୍ରାମବାସୀଙ୍କୁ ଡାକି କ୍ଷମା ପ୍ରାର୍ଥନା କରିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ନନେବାକୁ ଅନୁରେ।ଧ କରିଛି । ଅନ୍ୟପଟେ ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଇଓ ।

ପିଲାଙ୍କୁ ଶିକ୍ଷିତ କରିବା ସହ ଉଜ୍ବଳ ଭବିଷ୍ୟତ କାମନା କରି ଶିକ୍ଷକଙ୍କ ଦାୟିତ୍ବରେ ପିଲାମାନଙ୍କୁ ଛାଡୁଛନ୍ତି ଅଭିଭାବକ । କିନ୍ତୁ ଏଭଳି କିଛି ଶିକ୍ଷକଙ୍କ ପାଇଁ ଗୁରୁଙ୍କ ଉପରେ ଭରଷା ତୁଟୁଛି । ଦେଖାଯାଉ ସମ୍ପୃକ୍ତ ଶିକ୍ଷକଙ୍କ ବିରେ।ଧରେ କଣ ହେଉଛି କାର୍ଯ୍ୟାନୁଷ୍ଠାନ ? ଆଉ କେବ ସ୍କୁଲ ଫେରୁଛନ୍ତି ଯେ।ଗେଶ ?

   Related Posts