ଓଡ଼ିଶା ଫେରିଲେ ୪୨ବିଇଡି ପରୀକ୍ଷାର୍ଥୀ, ପରୀକ୍ଷା ଦେବାକୁ ଯାଇ ଆନ୍ଧ୍ରପ୍ରଦେଶରେ ଫସିରହିଥିଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | March 26, 2020 IST

ଭଦ୍ରକ ୨୬।୦୩: ଓଡିଶା ଫେରିଛନ୍ତି ଆନ୍ଧ୍ରପ୍ରଦେଶରେ ଫସିଥିବା ୪୨ ବିଇଡି ପରୀକ୍ଷାର୍ଥୀ। ଭଦ୍ରକ ବିଧାୟକଙ୍କ ପ୍ରଚେଷ୍ଟାରେ ରାଜ୍ୟ ସରକାର ଫସି ରହିଥିବା  ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।  ଉଦ୍ଧାର ଛାତ୍ରଛାତ୍ରୀ ମାନେ ଆନ୍ଧ୍ରପ୍ରଦେଶ ର ପ୍ରକାଶମ ଜିଲ୍ଲା ର ମାର୍କପୁରମ ଠାରେ ଫସିରହିଥିଲେ।

{"id":244200,"sizeSlug":"large"}

ସୂଚନା ଅନୁଯାୟୀ ଛାତ୍ରଛାତ୍ରୀ ମାନେ ଆନ୍ଧ୍ରପ୍ରଦେଶ ରାଜ୍ୟ ର ପ୍ରକାଶମ ଜିଲ୍ଲା ର ତାରିଲିପାଡୁ କଲେଜ ଅଫ ଏଜୁକେସନ ରେ ବିଇଡି ପରୀକ୍ଷା ଦେବାକୁ ଯାଇଥିଲେ । ଓଡିଶା ରୁ ୧୦୬ ଜଣ ପରୀକ୍ଷା ପରେ ଫେରିଆସିଥିବା ବେଳେ ଅନ୍ୟମାନେ ତିରୁପତି ବାଲାଜି ଙ୍କ ଦର୍ଶନ ପାଇଁ ଯାଇଥିବା ବେଳେ ଆନ୍ଧ୍ରପ୍ରଦେଶ ରେ୧୪୪ ଜାରି ହୋଇଥିଲା । ପରେ ସେମାନେ ସୋସିଆଲ ମିଡ଼ିଆ ରେ ଉଦ୍ଧାର ପାଇଁ ଭଦ୍ରକ ବିଧାୟକଙ୍କୁ ଅନୁରୋଧ କରିଥିଲେ ।

{"id":244201,"sizeSlug":"large"}

ବିଧାୟକ ଙ୍କ ଅନୁରୋଧ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ତରଫରୁ ମାର୍କପୁର ଜିଲ୍ଲା ର ଜିଲାପାଳ ଙ୍କ ସହାୟତା ରେ ଦୁଇ ଟି ବସ ସହାୟତା ରେ ବିଳମ୍ବିତ ରାତି ରେ ଭଦ୍ରକ ରେ ପହଞ୍ଚିଛନ୍ତି । ସେମାନଙ୍କୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ରଖା ଯାଇ ମେଡିକାଲ ଚେକ ଅପ କରାଯାଇଛି । ପରେ ୪ ଗୋଟି ସ୍ୱତନ୍ତ୍ର ଗାଡି ଯୋଗେ ୨୯ ଜଣକୁ ବାଲେଶ୍ୱର , ୪ ଜଣଙ୍କୁ ମୟୁରଭଞ୍ଜ , ୨ ଜଣ ଙ୍କୁ ଯାଜପୁର ଓ ଅନ୍ୟମାନଙ୍କୁ ଭଦ୍ରକ ସ୍ଥିତ ନିଜ ଘରେ ପହଞ୍ଚିବା ବ୍ୟବସ୍ଥା କରିଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.