ଛାତ୍ରୀ ରାଗିଙ୍ଗ ଘଟଣା, କଲେଜରୁ ପ୍ରମାଣପତ୍ର ସହ ୧୨ଛାତ୍ରଙ୍କୁ କରାଯିବ ବିତାଡିତ

Published By : Prameya-News7 Bureau | November 18, 2022 IST

ବ୍ରହ୍ମପୁର ୧୮/୧୧: ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ଛାତ୍ରୀ ରାଗିଙ୍ଗ ଘଟଣା । ୧୨ ଜଣ ଛାତ୍ର ଛାତ୍ରୀଙ୍କୁ ଆଜି କଲେଜରୁ ପ୍ରମାଣପତ୍ର ପ୍ରଦାନ କରି ବିତାଡିତ କରାଯିବ । ଯେଉଁମାନେ ଗିରଫ ହୋଇଛନ୍ତି ସେମାନଙ୍କୁ ବାଳସୁଧାର ଗୃହକୁ ପୋଲିସ କାବୁ କରି ପଠାଇଛି ସେମାନଙ୍କ ପ୍ରମାଣପତ୍ର ପୋଷ୍ଟରେ ପଠାଯିବ ।

ଏନେଇ ସୂଚନା ଦେଇଛନ୍ତି କଲେଜ ଅଧ୍ୟକ୍ଷା । ବିତାଡିତ ୧୨ ଜଣଙ୍କ ମଧ୍ୟରେ ୮ଜଣ ଛାତ୍ର ଓ ୪ ଜଣ ଛାତ୍ରୀ ରହିଛନ୍ତି । ୫ ଜଣ ସବାଳକ ଓ ୭ ଜଣ ନାବାଳକ, ନାବାଳିକା ଥିବା ଜଣାପଡିଛି । ସୂଚନା ଥାଉକି, ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ରାଗିଂ ଅଭିଯୋଗ ହୋଇଥିଲା । ରାଗିଂର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ନିଆଯାଇଥିଲା ଆକ୍ସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.