ପ୍ରଧାନ ଶିକ୍ଷକଙ୍କ ବଦଳି ନିର୍ଦ୍ଦେଶକୁ ବିରୋଧ; ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | December 22, 2022 IST

ଭଦ୍ରକ ୨୨/୧୨: ପ୍ରଧାନଶିକ୍ଷକ ଭାବେ ବଦଳିକୁ ୨ ମାସ ହୋଇନଥିଲେ ମଧ୍ୟ ପୁଣି ବଦଳିକୁ ବିରୋଧ। ବଦଳି ନିର୍ଦ୍ଦେଶକୁ ବିରୋଧ କରି ସ୍କୁଲ ଗେଟରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ଚିଙ୍ଗୁଡ଼ିପୁର ଅଞ୍ଚଳରେ ଏପରି ଘଟଣା ହୋଇଛି। ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମିଶି ତାଲା ପକାଇଛନ୍ତି। ୨ ମାସ ପୂର୍ବରୁ ଏହି ବିଦ୍ୟାଳୟକୁ ଅଶୋକ ଶତପଥୀ ପ୍ରଧାନଶିକ୍ଷକ ଭାବେ ବଦଳି ହୋଇ ଆସିଥିଲେ। କିନ୍ତୁ ଏବେ ତାଙ୍କୁ ବଦଳି ପାଇଁ ପୁଣି ଥରେ ନିର୍ଦ୍ଦେଶନାମା ଜାରି ହୋଇଛି।

{"id":724140,"sizeSlug":"full","linkDestination":"none"}

ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକମାନେ ଏହି ବଦଳିକୁ ବିରୋଧ କରିଛନ୍ତି। ସେଥିପାଇଁ  ସ୍କୁଲ ଗେଟରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଧାରଣାରେ ବସିଛନ୍ତି। ତେବେ ବଦଳି ନେଇ ପ୍ରଧାନଶିକ୍ଷକଙ୍କର ପ୍ରତିକ୍ରିୟା ମିଳିନଥିବା ବେଳେ ବ୍ଲକ ଶିକ୍ଷାଧିକାରୀଙ୍କୁ ଘଟଣା ବିଷୟରେ ଜଣାଯାଇଛି। ଏହି ବଦଳି ନିର୍ଦ୍ଦେଶ ବାତିଲ ନହେଲେ ଧାରଣା ଜାରି ରହିବା ସହ ବିଦ୍ୟାଳୟକୁ କାହାକୁ ଛଡ଼ାଯିବ ନାହିଁ ବୋଲି ଛାତ୍ରଛାତ୍ରୀମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.