ଏନଆଇଓଏସ ଛାତ୍ରଛାତ୍ରୀଙ୍କୁ ଓଟିଇଟି ପରୀକ୍ଷାରୁ ବାଦ୍ ଦେବା ଦାବିରେ ଛାତ୍ରୀଙ୍କ ଆନ୍ଦୋଳନ

Published By : Prameya-News7 Bureau | December 03, 2018 IST

ବ୍ରହ୍ମପୁର ୦୩|୧୨: ବ୍ରହ୍ମପୁର ସରକାରୀ ପ୍ରାରମ୍ଭିକ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ଛାତ୍ରୀମାନେ ଗତ ତିନି ଦିନ ହେଲା ଆନ୍ଦୋଳନ ଜାରି ରଖିଛନ୍ତି। ଅନୁଷ୍ଠାନ ଫାଟକ ସମ୍ମୁଖରେ ତାଲା ପକାଇ ଛାତ୍ରୀମାନେ ଆନ୍ଦୋଳନରେ ବସିଛନ୍ତି। ଏନଆଇଓଏସ ଛାତ୍ରଛାତ୍ରୀଙ୍କୁ ଓଟିଇଟି ପରୀକ୍ଷାରୁ ବାଦ୍ ଦେବା ଦାବିରେ ଆନ୍ଦୋଳନ କରିଛନ୍ତି। ରେଗୁଲାର୍ ପାଠ୍ୟକ୍ରମ ଅନୁସାରେ ସବୁବେଳେ ସ୍କୁଲକୁ ଆସି ପାଠ ପଢୁଥିବା ବେଳେ ଏନଆଇଓଏସ ଛାତ୍ରଛାତ୍ରୀମାନେ କିଏ କେଉଁଠି ଚାକିରୀରେ ନିୟୋଜିତ ରହି ପାଠପଢି ସାର୍ଟିଫିକେଟ୍ ହାସଲ କରୁଛନ୍ତି। ସେମାନଙ୍କୁ ମଧ୍ୟ ଓଟିଇଟି ପରୀକ୍ଷା ଦେବାକୁ ସୁଯୋଗ ଦିଆଯାଉଛି। ଯାହାଫଳରେ ଶିକ୍ଷାର ମାନରେ ହ୍ରାସ ଘଟୁଛି। ଏହାକୁ ବିରୋଧ କରି ଛାତ୍ରୀମାନେ ଆନ୍ଦୋଳନ କରିଥିବା କହିଛନ୍ତି। ତୁରନ୍ତ ଓଟିଇଟିରୁ ଏନଆଇଓଏସ ଛାତ୍ରଛାତ୍ରୀଙ୍କୁ ବାଦ୍ ଦେବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.