Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ଆସୁଛି ଆଉ ଏକ ପଶ୍ଚିମା ଝଡ଼, ୩୧ ଯାଏଁ ବର୍ଷିବ
  • ||

ପରୀକ୍ଷା ହଲ୍‌ରେ କପିକୁ ବିରୋଧ କରିବାରୁ ନିର୍ଯାତନା, ନ୍ୟାୟ ଦାବିରେ ଆତ୍ମହତ୍ୟା ଚେତାବନୀ

18/03/2023 at 3:30 PM

ମହାକାଳପଡା ୧୮।୩: ଦଶମ ବୋର୍ଡ ପରୀକ୍ଷାକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ତଥା କପି ରୋକିବାକୁ ଦୃଷ୍ଟିରେ ରଖି ସରକାର ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କିନ୍ତୁ ବାସ୍ତବରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଗାନ୍ଧିଜୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ପରୀକ୍ଷା ହଲ୍ ଭିତରେ ଶିକ୍ଷକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇଦେବା ଓ ଅନ୍ୟ ପରୀକ୍ଷାର୍ଥୀ ଏହାକୁ ବିରୋଧ କରି ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏନେଇ ସୂଚନା ଦେବା ପରେ ମଧ୍ୟ କିଛି ଫଳ ମିଳିନଥିବା ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ପରୀକ୍ଷାର୍ଥୀ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଗାନ୍ଧିଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଗୋଜାବନ୍ଧ ପରୀକ୍ଷା କେନ୍ଦ୍ରରେ । ସାମାଜିକ ବିଜ୍ଞାନ ବିଷୟରେ  ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଉଥିଲା ବେଳେ  ଉକ୍ତ ପରୀକ୍ଷା କେନ୍ଦ୍ରରେ ଜଣେ ଶିକ୍ଷକ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇଦେବାରୁ ପାଖ ପରୀକ୍ଷାର୍ଥୀ ସିବୁ ଦାସ ଏହାକୁ ବିରୋଧ କରିଥିଲେ । ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ସେ ୩୦ ମାର୍କ ପ୍ରଶ୍ନର ଉତ୍ତର ଦେଇପାରି ନାହାନ୍ତି, ବୋଲି ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଧାରଣ ଦେବା ସହ ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ପରୀକ୍ଷାର୍ଥୀ ଆତ୍ମହତ୍ୟା ଦେବାକୁ ଚେତାବନୀ ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠେ କିପରି ପରୀକ୍ଷା କେନ୍ଦ୍ର ଭିତରେ ଶିକ୍ଷକ ଛାତ୍ରଛାତ୍ରୀଙ୍କୁ କପି ଯୋଗାଇ ଦେବାକୁ ନେଇ ଶିକ୍ଷା ବିଭାଗର ସ୍ବଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି,ତେବେ ଦେଖିବାକୁ ବାକି ରହିଲା ଶିକ୍ଷା ବିଭାଗ ଏ ନେଇ କଣ ପଦକ୍ଷେପ ଗ୍ରହଣ କରୁଛି । ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

   Related Posts